ଏୟାର୍ ଷ୍ଟ୍ରାଇକ୍ କୁ ନେଇ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବା ଟିଏମସି ପ୍ରମୁଖ ତଥା ପଶ୍ଚିମ ବଙ୍ଗଳା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ସମସ୍ତଙ୍କୁ ଚକିତ କଲା ଭଳି ବୟାନ୍ ଦେଇଛନ୍ତି । ମମତା ବାନାର୍ଜୀଙ୍କ ମୁତାବିକ ଆଗାମୀ ମାସରେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହୋଇପାରେ । ମମତା ଏକ ପ୍ରେସ୍ କନଫ୍ରେନ୍ସରେ କହିଛନ୍ତି ଯେ , କିଛି ବରିଷ୍ଠ ପତ୍ରକାର ମୋତେ କହିଛନ୍ତି ଯେ ଆଉ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ ହେବ । ମୁଁ କହିପାରୁନାହିଁ ଯେ କେଉଁ ପ୍ରକାର ଆକ୍ରମଣ ହେବ । କିନ୍ତୁ ଅପ୍ରେଲରେ ତଥାକଥିତ... ତଥାକଥିତ ... ତଥାକଥିତ ନାମରେ ହେବ । ତେଣୁ ଏହି ନିର୍ବାଚନ ପ୍ରକ୍ରିୟା ୧୯ ମଇ ପର୍ଯ୍ୟନ୍ତ ଜାରୀ ରହିବ ।
ମମତା କହିଥିଲେ ଯେ , ନିର୍ବାଚନ ଆୟୋଗ ଭଳି ସମ୍ବିଧାନିକ ସଂସ୍ଥା ପାଇଁ ମୋ ମନରେ ବହୁତ ସମ୍ମାନ ରହିଛି । ଦୟାକରି ଏହାକୁ ନେଇ ମୋତେ ଭୁଲ୍ ପ୍ରଦର୍ଶନ କରାନ୍ତୁ ନାହିଁ । କିନ୍ତୁ ପଶ୍ଚିମବଙ୍ଗରେ ବାତାବରଣ ଖରାପ କରିବା ପାଇଁ ବିଜେପିର ଯୋଜନା ରହିଛି । ସେ କହିଥିଲେ ଯେ ଏହାକୁ ନେଇ ଅଧିକ ମୁଁ ଆଉ କିଛି କହିପାରିବି ନାହିଁ । ମମତାଙ୍କ ଏହି ବୟାନ୍ ବାଲାକୋଟ୍ ରେ ହୋଇଥିବା ଏୟାର୍ ଷ୍ଟ୍ରାଇକ୍ ର ୧୫ ଦିନ ପରେ ଆସିଛି । ବାଲାକୋଟ୍ ରେ ଭାରତୀୟ ବାୟୁସେନା ପକ୍ଷରୁ ଆତଙ୍କବାଦୀ ଶିବିରରେ ହୋଇଥିବା ଏୟାର୍ ଷ୍ଟ୍ରାଇକ୍ କୁ ନେଇ ପ୍ରଥମେ ଟିଏମସି ପାର୍ଟି ହିଁ ସରକାରଙ୍କୁ ଏନେଇ ପ୍ରମାଣ ମାଗିଥିଲା । ବିଦେଶୀ ମିଡିଆଙ୍କ କଥା କହି ମମତା କହିଥିଲେ ଯେ ତଥ୍ୟ ସହ ପ୍ରମାଣ ନେଇ ସରକାରଙ୍କୁ ଆଗକୁ ଆସିବା ଆବଶ୍ୟକ । ସେ କହିଥିଲେ, ଆମକୁ ଏବଂ ଦେଶବାସୀଙ୍କୁ ଜାଣିବାର ଅଧିକାର ଅଛି ଯେ ବାଲାକୋଟ୍ ରେ କେତେ ଜଣ ଆତଙ୍କବାଦୀ ମରିଗଲେ? ବାସ୍ତବରେ ବୋମା କେଉଁଠାରେ ବିସ୍ଫୋରଣ କରାଗଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/03/image491d752e-215c-4b88-a4b0-96c2569d150b.jpg)
/kanak/media/post_attachments/wp-content/uploads/2019/03/mamata-1200-10-300x167.jpg)