କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ପ୍ରଚାର ଉପରେ ରୋକ୍ ଲାଗିବା ପରେ ଏହାର ତୀବ୍ର ବିରୋଧ କରିଛଇ ଟିଏମସି । ଏକ ପ୍ରଚାର ସଭାରେ ମମତାଙ୍କ ସାମ୍ପ୍ରଦାୟିକ ବୟାନକୁ ନେଇ ଇଲେକ୍ସନ କମିସନ, ମମତାଙ୍କ ପ୍ରଚାର ଉପରେ ଲଗାଇଥିଲେ ୨୪ ଘଂଟିଆ କଟକଣା । ଏହାକୁ ବିରୋଧ କରି ମଙ୍ଗଳବାର ଦିନ ୧୨ଟାରୁ କୋଲକାତାର ଗାନ୍ଧୀ ମୂତୀ ତଳେ ଧାରଣାରେ ବସିଥିଲେ ମମତା । ଏହାକୁ ନେଇ ପୁରା ସରଗରମ୍ ହୋଇଛି ପଶ୍ଚିମବଙ୍ଗ ରାଜନୀତି । ଜଣେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଉପରେ ରୋକ୍ ଲଗାଯିବାକୁ, ଗଣତନ୍ତ୍ରର କଳାଦିନ ବୋଲି କହିଛି ଟିଏମସି ।
ଆଜି ଦିନ ୧୨ଟା ସମୟରେ ମମତା ପହଁଚିଥିଲେ ଧାରଣା ସ୍ଥଳରେ । ଆସିଥିଲେ ହୁଇଲ ଚେୟାରରେ । ଆଉ ବସିବା ସ୍ଥାନରେ ମମତା ଚିତ୍ର ଆଙ୍କିବାକୁ ଲାଗିଲେ । ଯାହାକି ପାଲଟିଥିଲା ଆକର୍ଷଣର କେନ୍ଦ୍ର । ସେପଟେ ମମତାଙ୍କ ଏପରି ପ୍ରତିବାଦକୁ ପରାଜୟ ଆଗରୁ ନାଟକବାଜି ବୋଲି କହିଛି ବିଜେପି । ମମତାଙ୍କ ଏପରି କାମକୁ ସମାଲୋଚନା କରି, କଂଗ୍ରେସ ମୁଖପାତ୍ର ରଂଜିତ ରଂଜନ କହିଛନ୍ତି, ମମତା ଭଲଭାବେ ଜାଣନ୍ତି , କଣ କଲେ ସେ ଗଣମାଧ୍ୟମରେ ସବୁବେଳେ ଚର୍ଚାରେ ରହିବେ ।
ନିର୍ବାଚନ କମିଶନଙ୍କ ନିଷ୍ପତି ବିରୋଧରେ ମମତା ପ୍ରାୟ ୩ ଘଂଟାର ଧାରଣା ଦେଇଥିଲେ । ଦିନ ୧୨ଟାରୁ ୩ ଟା ଯାଏଁ ଚାଲିଥିଲା ଧାରଣା । ସେପଟେ ବିଜେପିର ଦୁଇ ନେତାଙ୍କୁ ଏହି ପ୍ରଚାର ସମୟରେ ଉତେଜକ ଭାଷଣ ପାଇଁ ନୋଟିସ୍ କରିଛନ୍ତି ନିର୍ବାଚନ କମିଶନ । ଜଣେ ହେଉଛନ୍ତି ସୁଭେନ୍ଦୁ ଅଧିକାରୀ ଅନ୍ୟ ଜଣଙ୍କ ରାହୁଲ ସିହ୍ନା । ଶୁଭେନ୍ଦୁ ଅଧିକାରୀଙ୍କୁ କେବଳ ନୋଟିସ୍ ଜାରି କରଛନ୍ତି ନିର୍ବାଚନ କମିଶନ କିନ୍ତୁ ରାହୁଲ ସିହ୍ନାଙ୍କ ପ୍ରଚାର ଉପରେ ଲାଗିଛି ୪୮ ଘଂଟିଆ ରୋକ୍ ।