ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମମତା ବାନାର୍ଜୀ । କହିଲେ, ମହୁଆଙ୍କ ସହ ଅନ୍ୟାୟ ହୋଇଛି, ଜନତା ନିଶ୍ଚୟ ଜବାବ ଦେବେ ।

ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ ପରେ ମୁହଁ ଖୋଲିଲେ ମମତା ବାନାର୍ଜୀ । କହିଲେ, ମହୁଆଙ୍କ ସହ ଅନ୍ୟାୟ ହୋଇଛି, ଜନତା ନିଶ୍ଚୟ ଜବାବ ଦେବେ ।

କନକ ବ୍ୟୁରୋ : ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କୃତ କରାଯାଇଛି । ଏହାସହ ମହୁଆଙ୍କ ସାଂସଦ ପଦ ମଧ୍ୟ ରଦ୍ଦ କରାଯାଇଛି । ବହିଷ୍କାର ପରେ ମହୁଆ କହିଛନ୍ତି ବିନା ପ୍ରମାଣରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଅନ୍ୟପଟେ ମହୁଆଙ୍କ ସମର୍ଥନରେ ବାହାରିଛନ୍ତି ଟିଏମସି ସଭାନେତ୍ରୀ ମମତା ବାନାର୍ଜୀ । ମମତା କହିଛନ୍ତି, ଏହା ଗଣତନ୍ତ୍ର ହତ୍ୟା । ଲୋକସଭାରୁ ମହୁଆଙ୍କୁ ବହିଷ୍କୃତ କରିବାର କିଛି ସମୟ ମଧ୍ୟରେ ମମତା କହିଛନ୍ତି, ଡେମୋକ୍ରାସିର ବାଇପାସ ସର୍ଜରୀ ହୋଇଗଲା । ମମତା ଏହାକୁ ନିନ୍ଦା କରିବା ସହ କହିଛନ୍ତି, ମହୁଆଙ୍କ ସହ ଆମ ଦଳ ଏବଂ ଇଣ୍ଡିଆ ମେଣ୍ଟ ଛିଡା ହୋଇଛି । ଆମେ ମିଳିତ ଭାବେ ଲଢେଇ କରିବୁ । ଏହା ଲୋକତନ୍ତ୍ର ପାଇଁ ଦୁଭାଗ୍ୟପୂର୍ଣ୍ଣ । ବିଜେପି ଗଣତନ୍ତ୍ରକୁ ଧୋକା ଦେଉଛି । ମହୁଆଙ୍କୁ ନିଜ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନି । ଏହା ମହୁଆଙ୍କ ସହ ପୂରା ଅନ୍ୟାୟ ହୋଇଛି ।

ମମତା କହିଛନ୍ତି, ସଂସଦରେ କୌଣସି ଦଳକୁ ସମୟ ଦିଆଗଲାନି । ୪୮୫ ପୃଷ୍ଠାର ରିପୋର୍ଟକୁ ପଢିବାକୁ ସୁଯୋଗ ଦିଆଗଲାନି । ମହୁଆ ଏହି ଲଢେଇ ନିଶ୍ଚିତ ଜିତିବେ, ଆମେ ତାଙ୍କ ସହ ରହିଛୁ । ଆଗାମୀ ନିର୍ବାଚନରେ ଜନତା ବିଜେପିକୁ ଉପଯୁକ୍ତ ଜବାବ ଦେବେ ଏବଂ ମହୁଆଙ୍କୁ ପୁଣିଥରେ ବିଜୟୀ କରାଇବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe