ନନ୍ଦିଗ୍ରାମରେ ବଦଳିଗଲା ଅଙ୍କ । ୨,୭୦୦ ଭୋଟରେ ଆଗୁଆ ମମତା ବାନାର୍ଜୀ । ପଛରେ ପଡିଲେ ଶୁଭେନ୍ଦୁ ଅଧିକାରୀ

746

କନକ ବ୍ୟୁରୋ: ନନ୍ଦିଗ୍ରାମରେ ବିଜେପି ଓ ଟିଏମସି ମଧ୍ୟରେ ରୋମାଞ୍ଚକର ଲଢେଇ ଦେଖିବାକୁ ମିଳୁଛି । ନନ୍ଦିଗ୍ରାମରେ ଏବେ ବଦଳିଯାଇଛି ଅଙ୍କ । ବହୁଳ ଭୋଟ ବ୍ୟବଧାନରେ ଆଗୁଆ ହେଲେ ମମତା ବାନାର୍ଜୀ । ବର୍ତ୍ତମାନ ପାଇଁ ୨୭୦୦ ଭୋଟରେ ଆଗୁଆ ରହିଛନ୍ତି ଦିଦି । ଏହାସହ ଏବେ ଶୁଭେନ୍ଦୁ ଅଧିକାରୀ ପଛରେ ପଡି ଯାଇଛନ୍ତି ।

ପଶ୍ଚିମବଙ୍ଗରେ ଏହି ଆସନକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଥିଲା । ଭୋଟ ଗଣତି ଆରମ୍ଭରୁ ଆଗୁଆ ରହି ଆସୁଥିଲେ ବିଜେପିର ଶୁଭେନ୍ଦୁ ଅଧିକାରୀ । ହେଲେ ଏବେ ପଲଟିଯାଇଛି ବାଜି । ଏକ ବଡ ବ୍ୟବଧାନରେ ଏବେ ମମତା ଆଗୁଆ ରହିଛନ୍ତି । ଯାହାକି ବିଜେପି ପାଇଁ ଚିନ୍ତାର କାରଣ ପାଲଟିଛି ।