କନକ ବ୍ୟୁରୋ : ରାଜନୀତିରେ ନେତାମାନଙ୍କୁ ଅନେକ ସମୟରେ ଆକ୍ରମଣାତ୍ମକ ମୁଦ୍ରାରେ ଦେଖିବାକୁ ମିଳେ । ଆରୋପ ପ୍ରତ୍ୟାରୋପ, ଧାରଣା, ବିକ୍ଷୋଭ, ହୋହଲ୍ଲା ଏସବୁର ଦୃଶ୍ୟ ଅନେକ ସମୟରେ ଦେଖିବାକୁ ମିଳେ । ହେଲେ ବେଳେ ବେଳେ କିଛି ରୋଚକ ଓ ଭଲ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସେ । ଏପରି ଦୁଇଟି ଦୃଶ୍ୟ ଆସିଛି । ଗୋଟିଏ ଦୃଶ୍ୟରେ ଦିଦି ଅର୍ଥାତ୍ ମମତା ବାନାର୍ଜୀ ଗୀତର ତାଳେ ତାଳେ ନାଚୁଛନ୍ତି ।

Advertisment

ଅନ୍ୟଟି ହେଉଛି କେନ୍ଦ୍ର ଅର୍ଥମନ୍ତ୍ରୀ ନିଜେ ପରିବା ମାର୍କେଟରେ ସାଧାରଣ ଲୋକଟିଏଙ୍କ ପରି ପରିବା କିଣୁଛନ୍ତି । କୋଲକାତାର ଦୁର୍ଗାପୂଜା ଭସାଣି ବେଳେ ମମତା ଅନ୍ୟ କିଛି ମହିଳାଙ୍କ ସହ ସଂଗୀତର ତାଳେ ତାଳେ ମନଖୁସିରେ ନାଚୁଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ନିର୍ମଳା ସୀତାରମଣ ଚେନ୍ନାଇର ଏକ ବଜାରରେ ପରିବା କିଣୁଛନ୍ତି । ପରିବା ଦୋକାନୀ ସହ କଥା ହେଉଛନ୍ତି, ଆଉ ପରିବା ବାଛୁଛନ୍ତି ।