ଗୋଆରେ ଟିଏମସି ପାଇଁ ପ୍ରାର୍ଥୀ ଗୋଟାଉଛନ୍ତି ମମତା ବାନାର୍ଜୀ: ବିଜେପିକୁ ମାତ ଦେବା ପାଇଁ ପ୍ରସିଦ୍ଧ ଲୋକଙ୍କୁ ଦଳରେ କରାଯାଉଛି ସାମିଲ୍

103

କନକ ବ୍ୟୁରୋ: ତୃଣମୂଳ କଂଗ୍ରେସରେ ଯୋଗଦେଲେ ଲୋକପ୍ରିୟ ଟେନିସ ତାରକା ଲିଆଣ୍ଡର ପେସ ଏବଂ ପୂର୍ବତନ ମିସ୍ ଇଣ୍ଡିଆ ତଥା ବଲିଉଡ୍ ଅଭିନେତ୍ରୀ ନଫିସା ଅଲ୍ଲୀ । ୩ ଦିନିଆ ଗୋଆ ଗ୍ରସ୍ତରେ ଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ଉତରୀୟ ଦେଇ ଲିଆଣ୍ଡର ପେସ୍ ଓ ନଫିସା ଅଲ୍ଲିଙ୍କୁ ଦଳରେ ସାମିଲ କରିଛନ୍ତି ।

ଆସନ୍ତା ବର୍ଷ ହେବାକୁ ଥିବା ଗୋଆ ସାଧାରଣ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ତୃଣମୁଳ କଂଗ୍ରେସ । ଆଗାମୀ ବର୍ଷ ଗୋଆରେ ବିଧାନସଭା ନିର୍ବାଚନ ଥିବାବେଳେ ଗୋଆରେ ଜିତିବାପାଇଁ ନିଜର ସବୁ ଦମ ଲଗାଇଛି ଟିଏମସି । ନାମୀଦାମୀ ଚେହେରାଙ୍କୁ ଦଳରେ ମିଶାଇ ଗୋଆକୁ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି ଦିଦି ଓ ଟିମ । ଦଳକୁ ମଜବୁତ କରିବା ସହ ଆଗାମୀ ୨୦୨୪ ନିବାଚନ ପାଇଁ ରୋଡ ମ୍ୟାପ ଟିଏମସି ପ୍ରସ୍ତୁତ କରୁଛି ବୋଲି ଅନେକ ରାଜନୀତି ମହଲରେ ଚର୍ଚା ଜୋରଧରୁଛି । ତେବେ ନିକଟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ଟିଏମସିରେ ଯୋଗ ଦେଇଥିଲେ ।