କନକ ବ୍ୟୁରୋ: କ୍ଷମତାକୁ ଫେରୁ ଫେରୁ ଏବେ ଆକ୍ସନ ମୋଡରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ରାଜ୍ୟରେ ଡିଜିପି ଓ ଏଡିଜିଙ୍କ ବଦଳି କରିଦେଇଛନ୍ତି । ଏହାସହ ରାଜ୍ୟରେ ହିଂସା ରୋକିବାକୁ ସମସ୍ତ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ନିର୍ବାଚନ ଆୟୋଗଙ୍କ ତରଫରୁ ପଶ୍ଚିମବଙ୍ଗର ଡିଜିପି ନିଯୁକ୍ତ ଥିବା ନିରଜ ନୟନ ପାଣ୍ଡେଙ୍କୁ ଦମକଳ ବିଭାଗକୁ ପଠାଇ ଦିଆଯାଇଛି । ଆଉ ଏଡିଜି ଥିବା ଜଗମୋହନଙ୍କୁ ସିଭିଲ ଡିଫେନ୍ସକୁ ପଠାଇ ଦିଆଯାଇଛି ।
ଏହାସହ କରୋନା ମୁକାବିଲା ପାଇଁ ରାଜ୍ୟରେ କରୋନା କଟକଣାକୁ ପୁଣି କଡାକଡି କରାଯାଇଛି । ରାଜ୍ୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ମମତା । ସେହିପରି ଲୋକାଲ ଟ୍ରେନ କାଲିଠୁ ବାତିଲ କରାଯିବ । ଏହାସହ ସକାଳ ୭ରୁ ୧୦ଟା ଯାଏଁ ଓ ସନ୍ଧ୍ୟା ୫ଟାରୁ ୭ଟା ଯାଏଁ ବଜାର ଖୋଲା ରହିବ ବୋଲି ଘୋଷଣା ହୋଇଛି । କୌଣସି ସାମାଜିକ ଓ ରାଜନୈତିକ ସଭାକୁ ମଧ୍ୟ ଅନୁମତି ଦିଆଯିବ ନାହିଁ ।
ଏହାସହ ରାଜ୍ୟର ନୂଆ ଡିଜିପି ଭାବେ ବିରେନ୍ଦ୍ରଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଏଡିଜି ଭାବେ ଜାବେଦ ସମିମଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜ୍ୟରେ ହେଉଥିବା ହିଂସାକୁ ତୁରନ୍ତ ରୋକିବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/03/mamata-banarjee.jpg)