ପଶ୍ଚିମବଙ୍ଗରେ ଜାରି ରହିବ ‘ଖେଲା ହବେ’ । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ନାମରେ ଘୋଷଣା କଲେ ଯୋଜନା

985

କନକ ବ୍ୟୁରୋ : ‘ଖେଲା ହବେ’, ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ଡାଇଲଗ ବେସ ଲୋକପ୍ରିୟ ହୋଇଥିଲା । ନିର୍ବାଚନ ବେଳେ ଓ ନିର୍ବାଚନ ପରେ ଶାସକ ଓ ବିରୋଧୀ ନେତାଙ୍କ ଭାଷଣରେ ନିଶ୍ଚିନ୍ତ ଭାବେ ସ୍ଥାନ ପାଉଥିଲା ଏହି ଡାଇଲଗ । ଦିଦିଙ୍କ ଖେଲା ହବେ ଓ ମୋଦିଙ୍କ ଖେଲ ଖତମ୍ ଡାଇଲଗ ପଶ୍ଚିମବଙ୍ଗ ଭୋଟର ମାନଙ୍କ ପାଖରେ ବେସ ମାନିଆ ପାଲଟି ଯାଇଥିଲା ।

ନିର୍ବାଚନ ସରିଗଲା, ଭୋଟ ଫଳାଫଳ ବି ପ୍ରକାଶ ପାଇଲା । ହେଲେ ଖେଲାହବେ ଭଳି ଲୋକପ୍ରିୟ ଡାଇଲଗକୁ ଜୀବିତ ରଖିବାକୁ ମମତା ବାନାର୍ଜୀ ଏବେ ଖେଲା ହବେ ନାମରେ ଏକ ଯୋଜନା ପ୍ରସ୍ତୁତ କରିଦେଲେ । ରାଜ୍ୟରେ କ୍ରୀଡାର ବିକାଶ ଓ ଖେଳାଳୀଙ୍କୁ ପ୍ରୋତ୍ସାହନ ଦେବା ଲକ୍ଷରେ ମୁଖ୍ୟମନ୍ତ୍ରୀ ‘ଖେଲା ହବେ ’ ନାମରେ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନା ଅଧିନରେ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ପ୍ରତି କ୍ଲବକୁ ଫୁଟବଲ୍ ବଣ୍ଟନ କରିବ , ଯାହାଦ୍ୱାରା ଖେଳାଳୀ ମାନେ ଖେଳରେ ଉନ୍ନତି କରିବେ ବୋଲି କୁହାଯାଇଛି ।