ଆରମ୍ଭ ହେଲା ନୀତି ଆୟୋଗ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ନୀତି ଆୟୋଗର ନବମ ଗଭର୍ଣ୍ଣି କାଉନସିଲ ବୈଠକ ଆରମ୍ଭ ହୋଇଛି। ଗୁରୁତ୍ବପୂର୍ଣ୍ଣ ବୈଠକରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ସାମିଲ ହୋଇଛନ୍ତି।  ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସମେତ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଏହି ବୈଠକରେ ସାମିଲ ହୋଇଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ବୈଠକରେ ସାମିଲ ହୋଇଛନ୍ତି।  ଓଡ଼ିଶାର ବିକାଶକୁ ନେଇ କଣ ଦାବି ରଖୁଛନ୍ତି ତା ଉପରେ ରାଜ୍ୟବାସୀଙ୍କ ନଜର ରହିଛି ।

Advertisment

୫ଟ୍ରିଲିୟନ ଜିଡିପି ସହ ଭାରତକୁ ବିଶ୍ବର ତୃତୀୟ ଅର୍ଥନୀତି ଓ ୨୦୪୭ ସୁଦ୍ଧା କିପରି ଭାରତକୁ ଏକ ବିକଶିତ ରାଷ୍ଟ୍ର ଭାବେ ଗଠନ କରାଯିବ ସେନେଇ ଏହି ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହେବ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହୋଇଥିବା ବେଳେ ତାମିଲନାଡୁ, ତେଲେଙ୍ଗାନା, କର୍ଣ୍ଣାଟକ, ହିମାଚଳ ପ୍ରଦେଶ, ପଞ୍ଜାବ, କେରଳ, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇନାହାନ୍ତି।  ଅନ୍ୟପଟେ ମମତା ବାନାର୍ଜୀ ଏହି ବୈଠକରେ ସାମିଲ ହୋଇଥିଲେ ମଧ୍ୟ ବୈଠକରୁ ବାହାରିବା ପରେ ରୋଷ ଝାଡିଛନ୍ତି।

ମମତା କହିଛନ୍ତି, ମୁଁ କହୁଥିବା ବେଳେ ମାଇକ ବନ୍ଦ କରି ଦିଆଗଲା। ଅନ୍ୟମାନଙ୍କୁ ୧୦ରୁ ୨୦ ମିନିଟ୍ କହିବାକୁ ସୁଯୋଗ ଦିଆଯାଇଥିବା ବେଳେ ମୋତେ ମାତ୍ର ୫ ମିନିଟ୍ କହିବାକୁ ସୁଯୋଗ ମିଳିଲା। ବିରୋଧୀ ଦଳର ଅନ୍ୟ କୌଣସି ମୁଖ୍ୟମନ୍ତ୍ରୀ ଏହି ବୈଠକରେ ସାମିଲ ହୋଇନଥିବା ବେଳେ ମୁଁ ବୈଠକରେ ଯୋଗ ଦେଇଥିଲି। କିନ୍ତୁ ମୋତେ ମଧ୍ୟ କହିବାକୁ ପର୍ଯ୍ୟାପ୍ତ ସୁଯୋଗ ମିଳିଲାନି। ଏହା କେବଳ ବେଙ୍ଗଲ ପ୍ରତି ଅପମାନ ନୁହେଁ ବରଂ ସମସ୍ତ ଆଞ୍ଚଳିକ ଦଳ ପ୍ରତି ଅପମାନ।

ନୀତି ଆୟୋଗ ବୈଠକ

କିଏ ଯୋଗ ଦେଲେନି ?

ତାମିଲନାଡୁ : ଏମକେ ଷ୍ଟାଲିନ

ତେଲେଙ୍ଗାନା : ରେବନ୍ତ ରେଡ୍ଡୀ

କର୍ଣ୍ଣାଟକ : ସିଦ୍ଦରମୈୟା

ହିମାଚଳପ୍ରଦାଶ : ସୁଖବିନ୍ଦର ସିଂ ସୁଖୁ

ପଞ୍ଜାବ : ଭଗୱନ୍ତ ମାନ୍

ଝାଡଖଣ୍ଡ : ହେମନ୍ତ ସୋରେନ

ଦିଲ୍ଲୀ : ଅରବିନ୍ଦ କେଜ୍ରିୱାଲ