କନକ ବ୍ୟୁରୋ: ନିର୍ବାଚନ ପାଇଁ ଭାଇକୁ ପର କଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଟିଏମସି ପ୍ରାର୍ଥୀ ବିରୋଧରେ ଭାଇ ବାବୁନ ବାର୍ନଜୀ ସ୍ୱାଧୀନପ୍ରାର୍ଥୀଭାବେ ଛିଡା ହେବା ପରେ ମମତା ତାଙ୍କ ସହ ସବୁ ସମ୍ପର୍କ କାଟିଥିବା କହିଛନ୍ତି । ମମତା କହିଛନ୍ତି ଲୋଭି ଲୋକଙ୍କୁ ସେ ଘୃଣା କରନ୍ତି ସେ ସର୍ମ୍ପକୀୟ ହୁଅନ୍ତୁ ବା ଦଳଳୀୟନେତା କର୍ମୀ । ବାବୁଦଠୁ ସବୁ ସମ୍ପର୍କ ଶେଷ କରିଛି । ହାୱାଡ ଲୋକସଭା ଆସନରୁୁ ଟିକେଟ ଚାହୁଁଥିଲେ ବାବୁନ କିନ୍ତୁ ମମତା ଏହି ଟିକେଟ ପ୍ରସୁନ ବାର୍ନାଜୀଙ୍କୁ ଦେଇଥିଲେ ଯାହାକୁ ବିରୋଧ କରି ସମାନ ଆସନରୁ ସ୍ୱାଧୀନପ୍ରାର୍ଥୀଭେବେ ଛିଡାକୁ ଘୋଷଣା କରିଛନ୍ତି । ଘଟଣା ଉପରେ ପ୍ରତିକ୍ରିୟା ରଖି ମମତା କହିଛନ୍ତି ସେ ବଂଶବାଦ ରାଜନୀତି ବିଶ୍ୱାସ କରନ୍ତି ନାହିଁ । ତେଣୁ ବାବୁନଙ୍କୁ ଟିକେଟ ଦେଇନାହାନ୍ତି । ରବିବାର ୪୨ଟି ଅ।।ସନ ପାଇଁ ଟିଏମସି ପ୍ରାର୍ଥୀ ଘୋଷଣା କରିଛି ।
ନିର୍ବାଚନୀ ଟିକେଟ ପାଇଁ ଭାଇ-ଭଉଣୀ ବିବାଦ । ବାବୁନ ବାର୍ନାଜୀଙ୍କ ସହ ସବୁ ସମ୍ପର୍କ ତୁଟାଇଲେ ମମତା ବାର୍ନାଜୀ ।
/kanak/media/post_attachments/wp-content/uploads/2024/03/32-11.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)