କନକବ୍ୟୁରୋ:ନିର୍ବାଚନୀ ମାହୋଲ ଚାରିଆଡେ ଜମୁଛି । ଜୁନ ୧ରେ ସାରା ଦେଶରେ ଅନ୍ତିମ ପର୍ଯ୍ୟାୟରେ ପଡିବ ଭୋଟ । କିଏ କେଉଁ ଉପାୟରେ ପ୍ରାର୍ଥୀଙ୍କ ମନ ଜିଣିବ ତାକୁ ନେଇ ପ୍ରାର୍ଥୀ କରୁଛନ୍ତି କସରତ । ପ୍ରତିଶୃତିର ଲମ୍ବା ବର୍ଷା କରୁଛନ୍ତି ପ୍ରାର୍ଥୀ । ଘରକୁ ଘର ବୁଲି ପ୍ରଚାର କରିବା ସହ ଭିନ୍ନ ଭିନ୍ନ ତରିକା ଆପଣାଉଛନ୍ତି ପ୍ରାର୍ଥୀ । ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭିନ୍ନ ତରିକାରେ ପ୍ରଚାର କରିଛନ୍ତି ।

Advertisment

୯ କିଲୋମିଟର ଚାଲି ଚାଲି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ମଙ୍ଗଳବାର ୨ଟି ରୋଡ ସୋ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁଇଟି ରୋଡ ସୋ ଜରିଆରେ ୯ କିଲୋମିଟର ଚାଲିଛନ୍ତି ମମତା ବାନାର୍ଜି । ଦମଦମ ଲୋକସଭା କ୍ଷେତ୍ରରୁ ଚାଲିବା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ତାଙ୍କସହ ତୃଣମୁଳ କଂଗ୍ରେସ ସବୁ କର୍ମୀ ମାନଙ୍କ ସହ ୯ କିଲୋମିଟର ର ଯାତ୍ରା କରିଥିଲେ ।