ଷ୍ଟେଜରେ ନାଚିଲେ ଦିଦି : ବଙ୍ଗୀୟ ସଙ୍ଗୀତ ମେଳାରେ ସଂଗୀତର ତାଳେ ତାଳେ ପାଦ ପକାଇ ଖୁବ୍ ନାଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ଦିଦିଙ୍କ ନାଚକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା

224

ନାଚିଲେ ଦିଦି । ରାଜନୀତିରେ ଆକ୍ରମଣାତ୍ମକ ମୁଦ୍ରାରେ ବିରୋଧୀଙ୍କୁ ଜବାବ ଦେଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଭିନ୍ନ ମୁଦ୍ରାରେ ଦେଖିବାକୁ ମିଳିଛି । ଦିଦି ଭାବେ ପରିଚିତ ମମତା ସଂଗୀତର ତାଳେ ତାଳେ ନାଚୁଥିବାର ଦୃଶ୍ୟ ନଜର ଆସିଛି । କୋଲକାତାରେ ବାଂଲା ସଂଗୀତ ମେଳାରେ ସଂଗୀତ ସହ ପାଦ ମିଳାଇଥିଲେ ଦିଦି । ଆଦିବାସୀ ସଂଗୀତକାର ବାସନ୍ତୀ ହେମ୍ବ୍ରମ ଓ ଅନ୍ୟ କିଛି କଳାକାର ମଧ୍ୟ ମଂଚରେ ଉପସ୍ଥିତ ଥିଲେ । ବାଂଲା ସଂଗୀତ ମେଳାରେ ବହୁ ଲୋକ କଳାକାରଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ।

ସଂଗୀତର କୌଣସି ସୀମା ସରହଦ ନାହିଁ ଓ ସଂଗୀତ କେବେ ବିଭେଦ ଦେଖେ ନାହିଁ ବୋଲି କହିଛନ୍ତି । ଅବଶ୍ୟ ମୋଦୀଙ୍କୁ ନିଜ ଭାଷଣରେ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ । ପଶ୍ଚିମବଂଗକୁ ନେଇ ଧ୍ୱଂସ କରିପାରିବେ ନାହିଁ । ବେଙ୍ଗଲକୁ ଗୁଜୁରାଟ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଆସନ୍ତାବର୍ଷ ପଶ୍ଚିମବଂଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ରାଜନ÷ତିକ ଉଷ୍ମତା ବଢ଼ିଚାଲିଛି । ପଶ୍ଚିମବଂଗରେ ବିଜେପି ଗାଦି ଦଖଲ କରିବାକୁ ଭରପୁର ପ୍ରୟାସ କରୁଥିବା ବେଳେ ନିଜ ଗଡ଼ ବଂଚାଇ ରଖିବାକୁ ସବୁପ୍ରକାର ପ୍ରୟାସ କରୁଛନ୍ତି ଦିଦି । ଏହାକୁ ନେଇ ମମତା ଓ କେନ୍ଦ୍ର ସରକାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ।