ମମତା ବାନାର୍ଜୀଙ୍କ କ୍ୟାବିନେଟରେ ବଡ ପରିବର୍ତ୍ତନ, ଜାଣନ୍ତୁ ବାବୁଲ ସୁପ୍ରିୟୋଙ୍କ ସହ କ୍ୟାବିନେଟରେ ଆଉ କାହାକୁ ମିଳିଲା ମନ୍ତ୍ରୀପଦ

196

କନକ ବ୍ୟୁରୋ : ପାର୍ଥ ଚାଟାର୍ଜୀ ଓ ତାଙ୍କ ବାନ୍ଧବୀ ଅର୍ପିତା ମୁଖାର୍ଜୀଙ୍କ ଗିରଫ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଘୋର ବିରୋଧର ସାମ୍ନା କରିବାକୁ ପଡୁଛି । ଏହାରି ମଧ୍ୟରେ ମମତା ବାନାର୍ଜର ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀପଦରୁ ବିଦା କରିବା ସହ ତାଙ୍କୁ ଦଳର ବିଭିନ୍ନ ପଦ ପଦବୀରୁ ବହିସ୍କାର କରାଯାଇଛି । ଏସବୁ ମଧ୍ୟରେ ସରକାର ଗଠନର ଦୀର୍ଘ ୧୪ ମାସ ପରେ ମମତା ବାନାର୍ଜୀ ରାଜ୍ୟ କ୍ୟାବିନେଟର ବଡ ଅଦଳ ବଦଳ କରିଛନ୍ତି ।

ମମତା ତାଙ୍କ କ୍ୟାବିନେଟରେ ୧୦ ଜଣଙ୍କୁ ନୂଆ ମନ୍ତ୍ରୀଭାବେ ଦାୟୀତ୍ୱ ଦେଇଛନ୍ତି । ସେମାନଙ୍କ ମଧ୍ୟରେ ବିଜେପି ଛାଡି ଟିଏମସିରେ ସାମିଲ ହୋଇଥିବା ବାବୁଲ ସୁପ୍ରିୟୋ ରହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସ୍ନେହାଶିଷ ଚକ୍ରବର୍ତ୍ତି, ପାର୍ଥ ଭୌମିକ, ଓଦୟନ ଗୁହା, ପ୍ରଦୀପ ମଜୁମଦାର, ବିପ୍ଳବ ରାୟ ଚୌଧୁରୀ, ବୀରବାହା ହସଦା, ତାଜମୁଲ ହୋସେନ ଓ ସତ୍ୟଜିତ ବର୍ମନ ରହିଛନ୍ତି ।