ଦିଦି ଓ ଓୱେସିଙ୍କ ମଧ୍ୟରେ କଥା କଟାକଟି । ସଂଖ୍ୟାଲଘୁ କଟ୍ଟରପଂଥୀ ପ୍ରସଙ୍ଗ ନେଇ ଏଆଇଏମଆଇଏମ ନେତାଙ୍କୁ ମମତାଙ୍କ ସମାଲୋଚନା, ଜବାବ ରଖିଲେ ଅସଦ୍ଦୁଦ୍ଦିନ ।

289

କନକ ବ୍ୟୁରୋ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏଆଇଏମଆଇଏମ ନେତା ଅସଦ୍ଦୁଦ୍ଦିନ ଓୱେସି ମୁହାମୁହିଁ ହୋଇଛନ୍ତି । ସଂଖ୍ୟାଲଘୁ କଟ୍ଟରପଂଥୀ ପ୍ରସଙ୍ଗ ନେଇ ଦିଦି ପରୋକ୍ଷରେ ଓୱେସିଙ୍କୁ ଟାର୍ଗେଟ୍ କରିଛନ୍ତି । କୁଚବିହାରରେ ଏକ ରାଲି ବେଳେ ମମତା ଓୱେସିଙ୍କ ଦଳକୁ ସମାଲୋଚନା କରିଥିଲେ, ଆଉ ଏହା ପରେ କଡ଼ା ଜବାବ ରଖିଛନ୍ତି ଓୱେସି ।

ମୁହାଁମୁହିଁ ହେଲେ ଦିଦି ଓ ଓୱେସି । ମମତାଙ୍କ ବୟାନ ପରେ ଓୱେସିଙ୍କ ଜବାବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଏଆଇଏମଆଇଏମ ନେତା ଅସଦ୍ଦୁଦ୍ଦିନ ଓୱେସିଙ୍କ ମଧ୍ୟରେ କଥା କଟାକଟି । ମମତାଙ୍କ ଆକ୍ରମଣ ପରେ ପାଲଟା ଜବାବ ରଖିଛନ୍ତି ୱୱେସି । ସଂଖ୍ୟାଲଘୁ କଟ୍ଟରପଂଥୀ ପ୍ରସଙ୍ଗ ନେଇ ଦିଦି ପରୋକ୍ଷରେ ଓୱେସିଙ୍କୁ ଟାର୍ଗେଟ୍ କରିଛନ୍ତି ।

କୁଚବିହାରରେ ଏକ ରାଲି ବେଳେ ମମତା କହିଛନ୍ତି ଯେ, ସଂଖ୍ୟାଲଘୁଙ୍କ ମଧ୍ୟରେ କଟ୍ଟରପଂଥୀଙ୍କ ସଂଖ୍ୟା ବଢ଼ୁଛି । ଏମିତି ଏକ ରାଜନୈତିକ ଦଳ ବି ଅଛି, ତେବେ ଏହି କଟ୍ଟରପଂଥୀ ନେତାମାନେ ପଶ୍ଚିମବଙ୍ଗର ନୁହେଁ ବରଂ ହାଇଦ୍ରାବାଦର ବୋଲି ମମତା କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଏପରି ପରୋକ୍ଷ ଆକ୍ରମଣ କରିବା ସହ ଏଆଇଏମଆଇଏମକୁ ବିଜେପିର ବି-ଟିମ୍ କହିଛନ୍ତି । ମମତାଙ୍କ ଏହି ସମାଲୋଚନା ପରେ କଡ଼ା ପ୍ରତିକ୍ରିୟା ରଖିଛନ୍ତି ଓୱେସି । ସେ କହିଛନ୍ତି ଯେ, ମମତାଙ୍କ ଏପରି ଅଭିଯୋଗ ଅମୂଳକ, ବରଂ ସେ ପଶ୍ଚିମବଙ୍ଗରେ ମୁସଲିମମାନଙ୍କୁ ଅପମାନିତ କରିଛନ୍ତି । ବିଜେପି ବି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ।

୨୦୨୧ରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାର ଅଛି । ଆଉ ଏହି ନିର୍ବାଚନରେ ଓୱେସିଙ୍କ ଦଳ ପଶ୍ଚିମବଙ୍ଗରେ ନିଜ ପ୍ରାର୍ଥୀ ଛିଡ଼ା କରାଇବାକୁ ଯୋଜନା କରୁଛି । ଏହି କାରଣକୁ ନେଇ ତୃଣମୂଳ କଂଗ୍ରେସ ଓ ଏଆଇଏମଆଇଏମ ନେତାଙ୍କ ମଧ୍ୟ କଥା କଟାକଟି ଆରମ୍ଭ ହୋଇଯାଇଥିବା ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତ ।