କନକ ବ୍ୟୁରୋ : ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କ ସ୍ବର ବଦଳିଛି। ଏଣିକି କଂଗ୍ରେସ ପାଇଁ କରିବେ ପ୍ରଚାର । ୱାୟନାଡ ଆସନ ପାଇଁ ହେବାକୁ ଥିବା ଉପନର୍ବିଚାଚନ ପାଇଁ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପାଇଁ କରିବେ ପ୍ରଚା କରିବାକୁ ଯାଉଛନ୍ତି। ଲୋକସଭା ନିର୍ବାଚନରେ କଂଗ୍ରେସର ଭଲ ପ୍ରଦର୍ଶନ ପାଇଁ ମମତା ଏଭଳି ନିଷ୍ପତି ନେଇଥିବା କୁହଯାଉଛି

Advertisment

ମମତାଙ୍କ ଏହି ନରମ ଆଭିମୁଖ୍ୟ ମୂଳରେ କଂଗ୍ରେସ ବରିଷ୍ଠ ନେତା ପି.ଚିଦାମ୍ବରମଙ୍କ ସହ ବୈଠକକୁ ଧରାଯାଇପାରେ । ଦୁଇଦିନ ପୂର୍ବରୁ କୋଲକାତାରେ ମମତାଙ୍କ ସହ ନିର୍ବାଚନ ପରବର୍ତ୍ତୀ ପରିସ୍ଥିତି ସର୍ମ୍ପକରେ ଆଲୋଚନା କରିଥିଲେ ପି.ଚିଦାମ୍ବରମ । ଏହି ବୈଠକରେ ଚିଦାମ୍ବରମ ମମତାଙ୍କୁ କଂଗ୍ରେସ ବିରୋଧୀ ଆଭିମୁଖ୍ୟକୁ ପରିବର୍ତନ କରିବାକୁ ଅନୁରୋଧ କରିଥିବା ଚର୍ଚ୍ଚା ହେଉଛି ।

ଏହାଛଡା ମମତାଙ୍କ ଏଭଳି ଆଭିମୁଖ୍ୟ ପଛରେ ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ପଦରୁ ଅଧୀର ରଂଜନ ଚୌଧୁରୀଙ୍କ ଇସ୍ତଫା ମଧ୍ୟ ଏକ କାରଣ ହୋଇପାରେ । ମମତାଙ୍କ ଘୋର ବିରୋଧୀ ଅଧୀର ନିର୍ବାଚନରେ ନିଜର ପରାଜୟ ପରେ ଇସ୍ତଫା ଦେଇଛନ୍ତି । କେବଳ ତାଙ୍କ ଯୋଗୁଁ ପଶ୍ଚିମବଙ୍ଗରେ ତୃଣମୂଳକଂଗ୍ରେସ ଓ କଂଗ୍ରେସ ମଧ୍ୟରେ ମେଂଟର ହୋଇପାରିଲା ନାହିଁ ବୋଲି ମମତା ଅଭଯୋଗ କରିଛନ୍ତି । ନିର୍ବାଚନ ବେଳେ ମମତା କଂଗ୍ରେସ ୪୪ଟି ଆସନ ପାଇବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ଏବେ ପରିବର୍ତ୍ତିତ ପରିସ୍ଥିତିରେ କଂଗ୍ରେସର ଭଲ ପ୍ରଦର୍ଶନ ଯୋଗୁଁ ମମତା ମଧ୍ୟ କଂଗ୍ରେସ ସହ ଭଲ ସର୍ମ୍ପକ ରଖିବାକୁ ଚାହୁଁଛନ୍ତି । ତେଣୁ ସଂସଦରେ ମଧ୍ୟ ଦୁଇ ଦଳ ମଧ୍ୟରେ ଉତମ ସମନ୍ବୟ ରଖିବାକୁ ଆଶା କରାଯାଏ