କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଯାଦୁ ଚାଲିଥିଲେ ବି ନନ୍ଦିଗ୍ରାମରେ ପରାଜୟବରଣ କରିଛନ୍ତି ମମତା ବାନାର୍ଜୀ । ଏହା ପରେ ନନ୍ଦିଗ୍ରାମ ଭୋଟଗଣତି ନେଇ ନିର୍ବାଚନ କମିଶନଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । ମମତା କହିଛନ୍ତି, କମିଶନଙ୍କ ପକ୍ଷପାତିତା ବିରୋଧରେ ସେ କୋର୍ଟ ଯିବେ । ରାଜ୍ୟରେ ଟିଏମସି ୨୧୩ ଆସନରେ ଆଗୁଆ ରହି ମମତାଙ୍କ ଯାଦୁ ଚାଲିଥିଲେ ବି ନନ୍ଦିଗ୍ରାମରେ ଦିଦିକୁ ହରାଇଦେଇଛନ୍ତି ତାଙ୍କର ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ।
ଆଜି ସକାଳୁ ଭୋଟଗଣତି ଆରମ୍ଭ ହେବା ମାତ୍ରେ ପ୍ରଥମରୁ ହିଁ ଆଗୁଆ-ପଛୁଆ ନେଇ ଲୁଚକାଳି ଖେଳ ଜାରି ରହିଥିଲା । ସକାଳୁ ମଧ୍ୟାହ୍ନ ଯାଏଁ ଶୁଭେନ୍ଦୁ ଅଧିକାରୀ ଆଗୁଆ ରହିଥିଲେ । ଏହା ପରେ ମମତା ବାନାର୍ଜୀ ବି ମଧାହ୍ନ ପରେ ଆଗୁଆ ରହିଥିଲେ । ସାରା ଦେଶର ନଜର ନନ୍ଦିଗ୍ରାମ ଆସନ ଉପରେ ରହିଥିବାବେଳେ ଭୋଟ ବ୍ୟବଧାନର ଏହି ଲୁଚକାଳି ଖେଳ ବେଶ ରେମାଂଚକର ହୋଇଥିଲା ।
ଗୋଟିଏ ସମୟରେ ନନ୍ଦିଗ୍ରାମରେ ମମତା ଜିତିଗଲେ ବୋଲି ଖବର ଆସିଲା । କିନ୍ତୁ ଶେଷରେ ସନ୍ଧ୍ୟାବେଳକୁ ମମତା ନିର୍ବାଚନ ହାରିଯାଇଥିଲେ । ବିଜୟ ପରେ ନନ୍ଦିଗ୍ରାମବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଶୁଭେନ୍ଦୁ ଅଧିକାରୀ । ଖବର ଅନୁସାରେ, ଆସନ୍ତାକାଲି ମମତା ତୃତୀୟ ଥର ଲାଗି ସରକାର ଗଢିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି ଉପସ୍ଥାପନ କରିବେ । ଆସନ୍ତାକାଲି ସନ୍ଧ୍ୟା ୭ଟାରେ ମମତା, ରାଜ୍ୟପାଳଙ୍କୁ ସାକ୍ଷାତ କରିପାରନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/Mamata_Banerjee_PTI_Photo.jpg)