କନକ ବ୍ୟୁରୋ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକର ମାଲୁଦ ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ଟଙ୍କାକୁ ହଡ଼ପ କରି ନେଇଗଲେ ମାଲୁଦ ଗ୍ରାମ୍ୟ ବ୍ୟାଙ୍କ କ୍ୟାସିଅର ଅନିଲି ଶବର । ହାଇସ୍କୁଲ ଖାତାର ଜମା ଟଙ୍କାରୁ ୩୦ ହଜାର ଟଙ୍କା ହଡ଼ପ କରିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ମାଲୁଦ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ରବୀନ୍ଦ୍ର ନାଥ ଜେନା ମାଲୁଦ ଗ୍ରାମ୍ୟ ବ୍ୟାଙ୍କରେ ଲିଖିତ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର ଉକ୍ତ ଟଙ୍କାକୁ ୫ ଦିନ ଭିତରେ ଫେରସ୍ତ ନ କଲେ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଧାରଣ ଦେବେ ବୋଲି ଚେତାବନୀ ଦେଇଛନ୍ତି ।

Advertisment