ମୁହଁ ଖୋଲିଲେ ମାଲ୍ୟା !କହିଲେ, ଦେଶ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ , ହେଲେ କାହିଁକି

43

ବ୍ୟାଙ୍କରୁ କୋଟି କୋଟି ଟଙ୍କା କରଜ ନେଇ ଦେଶରୁ ଫେରାର ହୋଇଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ବୁଧବାର ଏଭଳି ଏକ ବୟାନ ଦେଇଛନ୍ତି ଯାହାକୁ ନେଇ ଭାରତରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ଲଣ୍ଡନର ଏକ କୋର୍ଟ ବାହାରେ ଫେରାର ମାଲ୍ୟା କହିଛନ୍ତି ଯେ, ଦେଶ ଛାଡିବା ପୂର୍ବରୁ ସେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କୁ ଭେଟିଥିଲେ । ତାଙ୍କ ବିରୋଧରେ ଆସିଥିବା ମାମଲାର ସମାଧାନ ପାଇଁ ସେ ଅରୁଣଙ୍କୁ ଭେଟିଥିଲେ । କିନ୍ତୁ ବିଭିନ୍ନ ବ୍ୟାଙ୍କ ଗୁଡିକର ଆପତ୍ତି ଯୋଗୁଁ ତାଙ୍କ ବିରୋଧରେ ଆସିଥିବା ମାମଲାର ସମାଧାନ ହୋଇ ପାରିନଥିଲା । ଏହାସହ ବିଜୟ ମାଲ୍ୟା କହିଛନ୍ତି, ଭାରତର ଦୁଇ ପ୍ରମୁଖ ତଥା ବଡ ରାଜନୈତିକ ଦଳ ରାଜନୀତି ପାଇଁ ମୋତେ ଫୁଟବଲ କରି ଦେଇଛନ୍ତି ।

ବିଜୟ ମାଲ୍ୟାଙ୍କ ଏହି ବୟାନ ପରେ ରାଜନୈତିକ ମହଲରେ ଝଡ ସୃଷ୍ଟି ହୋଇଛି । ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି, କୋଟି କୋଟି ଟଙ୍କା ନେଇ ଫେରାର ହୋଇଯାଇଥିବା ନିରବ ମୋଦି ଦେଶ ଛାଡିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ । ସେହିଭଳି ମାଲ୍ୟା ମଧ୍ୟ ଦେଶ ଛାଡିବା ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ଭେଟିଥିଲେ । ତେବେ ଏହା ପଛରେ କଣ କାରଣ ରହିଛି ତାହା ଦେଶର ଜନତା ଜାଣିବା ଆବଶ୍ୟକ । ଭାରତକୁ ପ୍ରତ୍ୟର୍ପଣ ମାମଲାର ଶୁଣାଣି ବେଳେ ଆଜି ମାଲ୍ୟା ଲଣ୍ଡନର ଏକ କୋର୍ଟରେ ପହଞ୍ଚିଥିଲେ । ଏହି ସମୟରେ ମାଲ୍ୟାଙ୍କ ରହିବା ପାଇଁ ମୁମ୍ବାଇର ଆର୍ଥର ରୋଡରେ କେଉଁଭଳି ବ୍ୟବସ୍ଥା ରହିଛି ତାହାର ଭିଡିଓ ଦେଖିଥିଲେ ।