କନକ ବ୍ୟୁରୋ : ଆଜି କଂଗ୍ରେସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ । ଦିଲ୍ଲୀ ମୁଖ୍ୟାଳୟରେ ଦଳର ନିର୍ବାଚନ ଅଧିକାରୀ ମଧୁସୂଦନ ମିସ୍ତ୍ରୀ ଖଡଗେଙ୍କ ବିଜୟ ପ୍ରମାଣପତ୍ର ଦାଖଲ କରିଥିଲେ । ଅଧ୍ୟକ୍ଷ ହେବା ପରେ ଖଡଗେ ତାଙ୍କର ପ୍ରଥମ ଭାଷଣରେ କହିଛନ୍ତି କି ଦଳର ୫୦ ପ୍ରତିଶତ ପଦ ୫୦ ବର୍ଷରୁ କମ ବୟସ୍କ ନେତାଙ୍କୁ ହସ୍ତାନ୍ତର କରାଯିବ ।
ସେପଟେ ବିଜେପିର କଂଗ୍ରେସ ମୁକ୍ତ ଭାରତ ଅଭିଯାନ ଉପରେ ଖଡଗେ କହିଛନ୍ତି କି, ବିଜେପି ନିଜ ମୁତାବକ ନୂଆ ଭାରତ ନିର୍ମାଣ କରିବା ପାଇଁ କଂଗ୍ରେସ ମୁକ୍ତ ଭାରତ ନାରା ଲଗାଉଛି । କାରଣ ବିଜେପି ଜାଣିଛି ଯେ, ଯେପର୍ଯ୍ୟନ୍ତ କଂଗ୍ରେସ ରହିଛି ସେପର୍ଯ୍ୟନ୍ତ ବିଜେପିର ସ୍ୱପ୍ନ ପୂରଣ ହୋଇପାରିବ ନାହିଁ । ବିଜେପିର ଏଭଳି ସ୍ୱପ୍ନ ବିରୋଧରେ କଂଗ୍ରେସ ଲଢେଇ ଜାରି ରଖିବ ବୋଲି ଖଡଗେ କହିଛନ୍ତି ।

Advertisment

ଖଡଗେ କହିଛନ୍ତି ଯେ ଏବେ କଂଗ୍ରେସର ଯେଉଁ ସ୍ଥିତି ରହିଛି ତାହାକୁ ସୂଧାରିବା ତାଙ୍କ ପାଇଁ କଷ୍ଟକର କାମ । ହେଲେ ଗଣତନ୍ତ୍ରଙ୍କ ଭାଙ୍ଗି ବିଜେପି ଯେଉଁ ଜଣତନ୍ତ୍ରର ସ୍ୱପ୍ନ ଦେଖୁଛି ତାହାକୁ ହେବାକୁ ଦିଆଯିବ ନାହିଁ ବୋଲି ସେ କହିଛନ୍ତି । ଏହାସହ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରାକୁ ସେ ଧନ୍ୟବାଦ ଦେବା ସହ ଏହା ଦେଶର ଯୁବପୀଢି ମନରେ ନୂଆ ଶକ୍ତି ସଂଚାର କରୁଥିବା କଥା ସେ କହିଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ଦଳର ଅନ୍ତରୀଣ ଅଧ୍ୟକ୍ଷ ଥିବା ସୋନିଆ ଗାନ୍ଧୀ ଖଡଗେଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ସେ କହିଥିଲେ କି ଦାୟିତ୍ୱ ଅର୍ପଣ କରିବା ପରେ ସେ ଆଶ୍ୱସ୍ତି ଅନୁଭବ କରୁଛନ୍ତି   ।