ରାଫେଲ୍ ବିମାନର ଶସ୍ତ୍ର ପୂଜାକୁ ନେଇ କଂଗ୍ରେସ କହିଥିଲା ନାଟକ ! ଏବେ ଭାଇରାଲ୍ ହେଉଛି ମୋଦି –ନେହେରୁଙ୍କ ଭିଡିଓ ।

321

ଫ୍ରାନ୍ସ ତରଫରୁ ଭାରତୀୟ ବାୟୁସେନାକୁ ମିଳିଥିବା ପ୍ରଥମ ଲଢୁଆ ବିମାନ ରାଫେଲ୍ ର ଶସ୍ତ୍ର ପୂଜାକୁ କଂଗ୍ରେସ ପକ୍ଷରୁ ନାଟକ ବୋଲି କୁହାଯାଇଥିଲା । ଏବେ ଏହି ବିଷୟକୁ ନେଇ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ୍ ନେହେରୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ପୁରୁଣା ଭିଡିଓ ଭାଇରାଲ୍ ହେଉଛି ।

ଗୋଟିଏ ଭିଡିଓରେ ଯେଉଁଠି ନେହେରୁ ଭାରତୀୟ ନୌସେନାରେ ସାମିଲ୍ ହୋଇଥିବା ଜାହାଜକୁ ପୂଜା କରୁଥିବା ନଜର ଆସୁଛନ୍ତି ଅନ୍ୟ ଭିଡିରେ ପ୍ରଧାନମନ୍ତ୍ରୀ ମୋଦି ଗାଡିରେ ଲେମ୍ବୁ ଏବଂ ଲଙ୍କା ଲଗାଇବା ନେଇ ଥଟ୍ଟା ପରିହାସ କରୁଛନ୍ତି । ଆପଣଙ୍କୁ କହିରଖୁଛୁ ରାଫେଲ୍ ର ଶସ୍ତ୍ର ପୂଜା ସମୟରେ କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ୍ ଖଡଗେ ଏହାକୁ ନାଟକ ବୋଲି କହିଥିଲେ । ସେ କହିଥିଲେ କଂଗ୍ରେସର ଶାସନ କାଳରେ ବୋଫର୍ସ ବିମାନ ଆସିଥିବା ବେଳେ ମଧ୍ୟ ତାଙ୍କ ଦଳ ଏଭଳି ନାଟକୀୟ ଢଙ୍ଗ କେଉଁଠାରେ ଦେଖାଇନାହିଁ ।

ଖଡଗେଙ୍କ ଏହି ବୟାନରେ ସୋସିଆଲ୍ ମିଡିଆରେ ଖୁବ୍ ଆଲୋଚନା ସମାଲୋଚନା ହୋଇଥିଲା । ଯାହାପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଏକ ଦୁଇଟି ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ ପଣ୍ଡିତ ଜବାହାର ଲାଲ୍ ନେହେରୁ ଭାରତୀୟ ନୌସେନାରେ ସାମିଲ୍ ହୋଇଥିବା ଏକ ଜାହାଜର ପୂଜା କରୁଥିବା ନଜର ଆସୁଛନ୍ତି ଏବଂ ନଡିଆ ପୂଜା କରୁଥିବା ନଜର ଆସୁଛନ୍ତି ।