କନକ ବ୍ୟୁରୋ : ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଦିନ ୧୨ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ଖଡଗେ । ଏହା ପରେ ଏକ ବିରାଟ ଶୋଭାଯାତ୍ରାରେ ଶକ୍ତି ପ୍ରଦର୍ଶନ କରି, ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଓଡ଼ିଶା ବଂଚାଓ ସମାବେଶରେ ଯୋଗଦେବେ । ସମାବେଶରେ ଜିଲ୍ଳା ସଭାପତି, ବ୍ଲକ ସଭାପତି, ମଣ୍ଡଳ ସଭାପତି, ପଞ୍ଚାୟତ ସଭାପତିଙ୍କ ସହ ହଜାର ହଜାର କଂଗ୍ରେସ ନେତା ଓ କର୍ମୀ ସାମିଲ୍ ହେବେ ।

ଏହି ସମାବେଶରେ ଦଳୀୟ ନେତା ଓ କର୍ମୀଙ୍କୁ ଉଦବୋଧନ ଦେବେ କଂଗ୍ରେସ ଅଧ୍ୟକ୍ଷ । ସମାବେଶ ସରିବା ପରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ମଲ୍ଲିକାର୍ଜୁନ ଖଡଗେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିବା କଂଗ୍ରେସ, ଏହି ସମାବେଶ ଜରିଆରେ ଲୋକଙ୍କ ପାଖରେ ପହଂଚିବାକୁ ଯୋଜନା ରଖିଛି ଦଳ ।

ଏପଟେ କଂଗ୍ରେସ ଅଧ୍ୟକ୍ଷଙ୍କ ଓଡ଼ିଶା ଗସ୍ତ ଉପରେ ପ୍ରତିକ୍ରିୟା ରଖିଛି ବିଜେପି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି- ସାରା ଦେଶରେ କଂଗ୍ରେସ ଛବି ମଳିନ ହୋଇସାରିଛି । ସେମାନେ ଯେତେ ସମାବଶେ କରନ୍ତୁ ବା ନ୍ୟାୟ ଯାତ୍ରା କରନ୍ତୁ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଅପରାଜିତା କହିଛନ୍ତି । ସମୟ ଥିଲା କଂଗ୍ରେସ ସୁଦୃଢ଼ ଥିଲା କିନ୍ତୁ ବର୍ତମାନ ନୀତି-ନିୟମ ଏବଂ ନେତୃତ୍ୱର ପ୍ରଶ୍ନ ଉଠିଛି ।