କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ଭରିବା ପରେ ଆଜି ମଲ୍ଲିକାର୍ଜୁନ ଖଡଗେ ରାଜ୍ୟସଭାର ବିରୋଧୀଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳର ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଦେଇଛନ୍ତି । କଂଗ୍ରେସ ଦଳୀୟ ସମ୍ବିଧାନ ମୁତାବକ ଜଣେ ବ୍ୟକ୍ତି କେବଳ ଗୋଟିଏ ପଦରେ ରହିପାରିବ ।

Advertisment

ସେପଟେ ଖଡଗେ ଏହି ପଦରୁ ଇସ୍ତଫା ଦେବା ପରେ ଏବେ ପଦ ପାଇଁ ରେସକୁ ଆସିଛନ୍ତି ପି. ଚିଦାମ୍ବରମ ଓ ଦିଗବିଜୟ ସିଂ । ସେପଟେ କୁହାଯାଉଛି କି ମଲ୍ଲିକାର୍ଜୁନ ଖଡଗେ, ପି.ଚିଦାମ୍ବରମ ଓ ଦିଗବିଜୟ ସିଂ ଉଭୟ ଦେଶର ଦକ୍ଷୀଣାଞ୍ଚଳ ନେତା । ଉଭୟ ରାଜ୍ୟସଭାର ନେତା ପ୍ରତିପକ୍ଷ ଓ ଦଳର ହାଇକମାଣ୍ଡ ଯଦି ଦକ୍ଷୀଣାଞ୍ଚଳରୁ ହେଉଛନ୍ତି ତାହା ଦଳର ଉତ୍ତର-ଦକ୍ଷୀଣ ସନ୍ତୁଳନ ଉପରେ ପ୍ରଭାବ ପକାଇପାରେ । ଏହି କାରଣରୁ ନେତା ପ୍ରତିପକ୍ଷ ପଦ ଉତ୍ତର ଭାରତୀୟ ନେତାଙ୍କ ମଧ୍ୟରୁ କାହାକୁ ଦିଆଯାଇପାରେ ବୋଲି ଆକଳନ କରାଯାଉଛି ।