ଲାଲକିଲ୍ଲାରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମିଲ ହେଲେ ନାହିଁ ଖଡଗେ, କଂଗ୍ରେସ ସ୍ପଷ୍ଟ କଲା କାରଣ

334

କନକ ବ୍ୟୁରୋ: ଦିଲ୍ଲୀ ଲାଲକିଲ୍ଲାରେ ସ୍ୱାଧୀନତା ଦିବସରେ ମୁଖ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଅନେକ ଏଥିରେ ସାମିଲ ହୋଇଥିଲେ । ତେବେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ସମାରୋହରେ ସାମିଲ ହୋଇନଥିଲେ । ପରେ କଂଗ୍ରେସ ତରଫରୁ ଏନେଇ ବୟାନ ଜାରିକରାଯାଇଛି ।

ଲାଲକିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମରେ ଖଡଗେଙ୍କ ପାଇଁ ନିର୍ଦ୍ଧାରିତ ସ୍ଥାନ ଖାଲି ଦେଖିବାକୁ ମିଳିଥିଲା । ପରେ କଂଗ୍ରେସ ତରଫରୁ ସ୍ପଷ୍ଟ କରାଯାଇଥିଲା ଯେ ଖଡଗେ ନିଜ ଘରେ ଏବଂ ପରେ କଂଗ୍ରେସ ମୁଖ୍ୟାଳୟରେ ତ୍ରିରଙ୍ଗା ଉଡାଇବାର ଥିଲା । ଏଥିପାଇଁ ଲାଲକିଲ୍ଲାରେ ହୋଇଥିବା ସମାରୋହରେ ସେ ସାମିଲ ହୋଇପାରିନଥିଲେ । ଯଦି ସେ ଲାଲକିଲ୍ଲାରେ ଅନୁଷ୍ଠିତ ସମାରୋହରେ ସାମିଲ ହୋଇଥାନ୍ତେ ତେବେ ଘରେ ଏବଂ ଦଳୀୟ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିପାରିନଥାନ୍ତେ । ସୁରକ୍ଷା କାରଣରୁ ସେ ଲାଲକିଲ୍ଲାରୁ ଶୀଘ୍ର ବାହାରିପାରିନଥାନ୍ତେ । ସେଠାରେ ତାଙ୍କୁ ସବୁଠାରୁ କମ ୨ ଘଣ୍ଟା ରହିବାକୁ ପଡିଥାନ୍ତା । ସେ ଆଗକୁ ମଧ୍ୟ କହିଛନ୍ତି ରାଷ୍ଟ୍ରପତି ଭବନରେ ସେ ସନ୍ଧ୍ୟାବେଳେ ଉପସ୍ଥିତ ରହିବେ ।