କନକ ବ୍ୟୁରୋ : ୧୯ ଅକ୍ଟୋବର ତଥା ଆଜି ଦେଶର ସର୍ବପୁରାତନ ରାଜନୈତିକ ପାର୍ଟି କଂଗ୍ରେସକୁ ନୂଆ ଅଧ୍ୟକ୍ଷ ମିଳିବ । ସବୁଠାରୁ ବଡକଥା କି, ଦୀର୍ଘ ୨୪ ପରେ ଦଳର ମଙ୍ଗ କେହିଜଣେ ଅଣ ଗାନ୍ଧୀ ପରିବାର ଲୋକଙ୍କ ହାତକୁ ଯାଉଛି । ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନରେ ଦଳ ତରଫରୁ ୨ ପ୍ରାର୍ଥୀ ନିର୍ବାଚନ ଲଢିଛନ୍ତି । ସେମାନଙ୍କ ମଧ୍ୟରେ ମଲ୍ଳିକାର୍ଜୁନ ଖଡଗେ ଓ ଶଶି ଥରୁର ରହିଛନ୍ତି । ହେଲେ ଆକଳନକୁ ହିସାବ କଲେ ମଲ୍ଲିକାର୍ଜୁନ ଖଡଗେଙ୍କ ପଲା ଭାରି ରହିଛି । ହେଲେ ଆପଣ ଜାଣିଛନ୍ତି କି ଦୀର୍ଘ ୫ ଦସନ୍ଧୀ ଧରି କଂଗ୍ରେସରେ ସାମିଲ ଥିବା ମଲ୍ଲିକାର୍ଜୁନଙ୍କ ପାଖରେ ରହିଛି କେତେ ସମ୍ପତ୍ତି ?
କଂଗ୍ରେସ ରାଜନୀତିରେ ମଲ୍ଲିକାର୍ଜୁନ ଖଡଗେଙ୍କୁ ଜଣେ ସ୍ୱଚ୍ଛ ଓ ନିର୍ବିବାଦୀୟ ନେତା ଭାବେ ସମସ୍ତେ ଜାଣନ୍ତି । ସେ କେନ୍ଦ୍ର ସରକାରରେ ରେଳମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । କର୍ଣ୍ଣାଟକର ଗୁଲବର୍ଗ ଜିଲ୍ଲାରେ ରହୁଥିବା ଖଡଗେ ୨୦୧୯ ରାଜ୍ୟସଭା ନିର୍ବାଚନ କ୍ରମରେ ନିର୍ବାଚନ କମିଶନକୁ ଦେଇଥିବା ସମ୍ପତ୍ତି ତାଲିକା ମୁତାବକ ତାଙ୍କ ନିକଟରେ ମୋଟ ୨୦ କୋଟି ଟଙ୍କାର ସମ୍ପତ୍ତି ରହିଛି ।
ଖଡଗେ ନିର୍ବାଚନକୁ ଦେଇଥିବା ଘୋଷଣାପତ୍ର ମୁତାବକ ତାଙ୍କ ନାମରେ କୌଣସି ଗାଡି ନାର୍ହି । ଖଡଗେଙ୍କ ପତ୍ନୀ ଜଣେ ଗୃହିଣୀ ଓ ତାଙ୍କ ନାମରେ ବି କୌଣସି ଗାଡି ନାହିଁ । ସେପଟେ ଏବେ ଜଣେ ଜଣେ ଜିଲ୍ଲା ସ୍ତରୀୟ ନେତା ନିଜ ଜୀବନର ସୁରକ୍ଷା ପାଇଁ ଅସ୍ତ୍ରଶସ୍ତ୍ର ନିଜ ନାମରେ ରଖୁଥିବା ବେଳେ ଜଣେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଖଡଗେଙ୍କ ନିକଟରେ କୌଣସି ଅସ୍ତ୍ରଶସ୍ତ୍ର ନାହିଁ । ସେପଟେ ଖଡଗେଙ୍କ ଶିକ୍ଷାଗତ ଯୋଗ୍ୟତା କହିଲେ ପେଶାରେ ଜଣେ ଓକିଲ । ସେ ୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଲୋକସଭାରେ କଂଗ୍ରେସ ଦଳର ନେତା ଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/27-8.jpg)