ପ୍ରତି ଗରିବ ପରିବାରକୁ ମାସକୁ ମିଳିବ ୫୦୦୦ ଟଙ୍କା... ଖଡଗେ କହିଲେ, ଏହା ପ୍ରତିଶ୍ରୁତି ନୁହେଁ କଂଗ୍ରେସର ଗ୍ୟାରେଣ୍ଟି ।

Advertisment
ପ୍ରତି ଗରିବ ପରିବାରକୁ ମାସକୁ ମିଳିବ ୫୦୦୦ ଟଙ୍କା... ଖଡଗେ କହିଲେ, ଏହା ପ୍ରତିଶ୍ରୁତି ନୁହେଁ କଂଗ୍ରେସର ଗ୍ୟାରେଣ୍ଟି ।

କନକ ବ୍ୟୁରୋ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ ବିଶାଳ ଜନସଭା କରି ନିର୍ବାଚନୀ ପ୍ରତିଶ୍ରୁତି ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । ସେ କହିଛନ୍ତି ଯେ, ଦଳ ସତ୍ତାକୁ ଆସିଲେ ଆନ୍ଧ୍ରର ଗରିବ ପରିବାରକୁ ପ୍ରତି ମାସରେ ୫୦୦୦ ଟଙ୍କାର ସହାୟତା ରାଶି ଦେବ । ଏହି ଯୋଜନାର ନାଁ ରଖାଯିବ ‘ଇନ୍ଦିରାମ୍ମା ୟୁନିଭର୍ସାଲ ବେସିକ ଇନକମ୍’ । ଏହି ଅର୍ଥ ସିଧା ହିତାଧିକାରୀ ମହିଳାଙ୍କ ଆକାଉଣ୍ଟକୁ ଯିବ ।

ଖଡଗେ ଆହୁରି ମଧ୍ୟ କହିଛନ୍ତି ଯେ, ଯଦି କଂଗ୍ରେସ ସତ୍ତାକୁ ଆସେ ତେବେ ଆନ୍ଧ୍ରପ୍ରଦେଶରେ କଡପ୍ପାରେ ଦୁଗାରାଜପଟନମ୍ ବନ୍ଦର ଓ ଏକ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ହେବ । ରାଜ୍ୟର ବିକାଶ ସୁନିଶ୍ଚିତ କରିବାକୁ ରାୟଲସୀମା ଓ ଉତ୍ତର ଆନ୍ଧ୍ର ପାଇଁ ବିଶେଷ ଅନୁଦାନ ପ୍ୟାକେଜ ଲାଗୁ କରିବ ।

ଖଡଗେ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, କଂଗ୍ରେସର ଗ୍ୟାରେଣ୍ଟି ବିଜେପିର ଗ୍ୟାରେଣ୍ଟି ଭଳି ନୁହେଁ । କଂଗ୍ରେସ ଯାହା କୁହେ ତାକୁ କାର୍ଯ୍ୟରେ ପରିଣତ କରେ । ବିଜେପି ୨ କୋଟି କର୍ମ ନିଯୁକ୍ତି ସହ ପ୍ରତି ଭାରତୀୟଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବାର ପ୍ରତିୀଶ୍ରୁତି ଦେଇଥିଲା ଯାହା ଆଜିଯାଏ,ଁ ପୂରଣ ହୋଇପାରିଲାନାହିଁ । ତେଣୁ ଭୋଟର କଂଗ୍ରେସକୁ ବିଚାର କରିବାକୁ ସେ ଅପିଲ କରିଛନ୍ତି । ଏହା ସହ ଆନ୍ଧ୍ରରେ ୱାଇଏସ ଶିର୍ମଲାଙ୍କୁ ସଶକ୍ତ କରବାକୁ ଅପିଲ କରିଛନ୍ତି ଖଡଗେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe