କନକ ବ୍ୟୁରୋ: ମୋଦୀଙ୍କୁ ବିଷଧର ସାପ କହିଲେ କଂଗ୍ରେସ ଅଧ୍ୟକ୍ଷ । ମଲ୍ଲିକାର୍ଜୁନ୍ ଖଡଗେ କର୍ଣ୍ଣାଟକ ବିଧାନସଭା ନିର୍ବାଚନବେଳେ ଦେଇଥିବା ଏହି ବୟାନ ଏବେ ବିବାଦ ଠିଆ କରିଛି । ଗୁରୁବାର ମୋଦୀଙ୍କୁ ନେଇ ଏପରି ବୟାନ ରଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ୍ ଖଡଗେ ।

Advertisment

ସେ କହିଛନ୍ତି ଯେ, ମୋଦୀ ହେଉଛନ୍ତି ଜଣେ ବିଷଧର ସାପ । ଆପଣ ତାଙ୍କୁ ଜହର ଭାବନ୍ତୁ କି ନ ଭାବନ୍ତୁ । ହେଲେ ଆପଣ ଯଦି ତାଙ୍କୁ ଚାଖିବେ, ତେବେ ତୁରନ୍ତ ମରଯିବେ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋଦୀ ଜଣେ ଭଲ ଲୋକ, ସେ ଯାହା ଦେବେ, ଆପଣ ନିଶ୍ଚୟ ଦେଖିବେ । ହେଲେ ଯଦି ଆପଣ ତାକୁ ଚାଖିଗେ, ତେବେ ତୁରନ୍ତ ଶୋଇଯିବେ । ତେବେ ମଲ୍ଲିକାର୍ଜୁନ ଖଡଗେଙ୍କ ଏହି ବୟାନ ପରେ ଏହାର ତୀବ୍ର ନିନ୍ଦା କରିଛି ବିଜେପି ।

ଅନ୍ୟପଟେ ଖଡଗେ ନିର୍ବାଚନ ବେଳେ ଏପରି ଭାଷଣ ରଖିଥିବାବେଳେ, ତୁରନ୍ତ ଏହାର ସଫେଇ ମଧ୍ୟ ରଖିଛନ୍ତି । ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ସେ ଏପରି କହିନାହାଁନ୍ତି । ସେ କୌଣସି ବ୍ୟକ୍ତିଗତ ବୟାନ ଦେଇନାହାଁନ୍ତି । ତାଙ୍କ କହିବା ମୁତାବକ, ତାଙ୍କ ବିଚାରଧାରା ସାପ ଭଳି । ଯଦି ଆପଣ ଏହାକୁ ଚାଟିବେ ତେବେ ତୁରନ୍ତ ମରିବେ ।

ଖଡଗେଙ୍କ ଏହି ବୟାନ ପରେ ଗୃହ ରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଟୁଇଠ୍ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଖଡଗେ ପ୍ରଧାନମନ୍ତ୍ରୀଙ୍କୁ ବିଷଧର ସାପ କହି ଆପତ୍ତିଜନକ ଭାଷାର ବ୍ୟବହାର କରିଛନ୍ତି । ସମାଜରେ ବିଭାଜନର ଜହର, ଦେଶର ବିଭାଜନର ଜହର, ଭଷ୍ଟାଚାରର ଜହର ଓ ରାଜନୀତିରେ ବଂଶବାଦର ଜହର କଂଗ୍ରେସ ଖେଳାଇଛି ବୋଲି ସେ କହିଛନ୍ତି ।

ସେହିପରି ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବୀୟ କହିଛନ୍ତି ଯେ, ଏହି ବୟାନ ଦ୍ୱାରା କଂଗ୍ରେସର ହତାଶ ଭାବ ସାମ୍ନାକୁ ଆସୁଛି । ଦିନେ ସୋନିଆ ଗାନ୍ଧୀ ମୋଦୀଙ୍କୁ ମୌତ୍ କା ସୌଦାଗର ବୋଲି କହିଥିଲେ । ଆଜି ଆଉ ଜଣେ କଂଗ୍ରେସ ଅଧ୍ୟକ୍ଷ ଏବେ ମୋଦୀଙ୍କୁ ବିଷଧର ସାପ କହିଛନ୍ତି ।