ଓଡିଶାରେ ଖଡଗେ । ଭୁବନେଶ୍ୱର ବିମାନ ବନ୍ଦରରେ ଜୋରଦାର ସ୍ୱାଗତ । ‘ଓଡିଶା ବଞ୍ଚାଅ ସମାବେଶ’ ରେ ଦେବେ ଉଦବୋଧନ ।

181

କନକ ବ୍ୟୁରୋ: ଓଡିଶାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଉପସ୍ଥିତ ନେତା ଓ କର୍ମୀମାନେ ତାଙ୍କୁ ପାଛୋଟି ଆଣିଥିଲେ । ଆୟୋଜିତ ‘ ଓଡିଶା ବଞ୍ଚାଅ ସମାବେଶ’ରେ ଉଦବୋଧନ ଦେବେ ।

ଲୋୟର ପିଏମଜିରେ ଆୟୋଜିତ ହୋଇଥିବା ଓଡ଼ିଶା ବଂଚାଅ ସମାବେଶରେ ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ପଂଚାୟତ, ବୁଥ୍, ବ୍ଲକ ସ୍ତରର କର୍ମୀଙ୍କୁ ଉଦବୋଧନ ଦେବେ ଖଡଗେ । ଓଡ଼ିଶା ବଂଚାଅ ସମାବେଶରେ ପାଖାପାଖି ୧ ଘଂଟା ରହିବେ କଂଗ୍ରେସ ଅଧ୍ୟକ୍ଷ । ଓଡ଼ିଶାକୁ ବିଜେଡି ଓ ବିଜେପି କବଳରୁ ବଂଚେଇବା ସ୍ଲୋଗାନ ଦେଇ ଓଡ଼ିଶା ବଂଚାଅ ସମାବେଶ କରୁଛି ଦଳ । ଏଥିରେ ପ୍ରାୟ ୫୦ ହଜାର କର୍ମୀଙ୍କୁ ଏକାଠି କରିବାକୁ ଦଳ ଲକ୍ଷ୍ୟ ରଖିଛି । ଓଡ଼ିଶା ବଂଚାଅ ସମାବେଶ ପରେ ଦଳୀୟ କାର୍ଯ୍ୟାଳୟରେ ବରିଷ୍ଠ ନେତାଙ୍କ ସହ ବୈଠକ କରିବେ । ଆସନ୍ତା ଫେବ୍ରୁଆରୀ ୧୪ରେ ଓଡ଼ିଶା ଆସିବାକୁ ଥିବା ନ୍ୟାୟ ଯାତ୍ରାର ପ୍ରସ୍ତୁତି ନେଇ ଆଲୋଚନା କରାଯିବ । ଓଡ଼ିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡ଼ ନ୍ୟାୟ ଯାତ୍ରା କରାଯିବ । ଏହା କିପରି ସଫଳ ହେବ ସେନେଇ ଆଲୋଚନା କରିବେ ଖଡଗେ। ଏହା ପରେ ଷ୍ଟେଟ୍ ଗେଷ୍ଟ ହାଉସରେ ଇଣ୍ଡିଆ ମେଂଟରେ ସାମିଲ ଥିବା ବିଭିନ୍ନ ଦଳର ରାଜ୍ୟ ନେତୃତ୍ୱଙ୍କ ସହ ବୈଠକ କରିବେ ।