ବିହାର ରାଜନୀତି ହଟଚମଟରେ ଇଣ୍ଡିଆମେଂଟରେ ହଇଚଇ । ଜାଣନ୍ତୁ, ଖଡଗେ ଓ ଷ୍ଟାଲିନ କ’ଣ କହିଲେ

273

କନକ ବ୍ୟୁରୋ : ବିହାର ରାଜନୈତିକ ସଙ୍କଟ ଭିତରେ କଂଗ୍ରେସ ଅଧ୍ୟକ୍ଷଙ୍କ ବଡ ବୟାନ । ମଲ୍ଲିକାର୍ଜୁନ ଖଡଗେ ସ୍ପଷ୍ଟ ଶଦ୍ଧରେ କହିଛନ୍ତି ଯେ ନୀତୀଶ କୁମାରଙ୍କ ମନରେ କ’ଣ ଚାଲିଛି ସେକଥା ସେ ଜାଣନ୍ତି ନାହିଁ । ତେବେ ମେଂଟ ଭିତରେ ଯେଉଁ ମତଭେଦ ରହିଛି ତାକୁ ଦୂର କରିବାକୁ ପୂରା ପ୍ରୟାସ କରାଯିବ । ନୀତୀଶ ସହ ଆଲୋଚନା କରାଯିବ । ସମସ୍ତ ସହଯୋଗରେ ମେଂଟକୁ ମଜଭୁତ କରାଯାଇ ବିଜେପି ବିରୋଧୀ ଲଢ଼େଇକୁ ତ୍ୱରାନିତ୍ୱ କରାଯିବ । ରବିବାର ଦିଲ୍ଲୀରେ ପହଁଚିବାପରେ ଆଗାମୀ ରଣନୀତି ସ୍ଥିର କରାଯିବ । ଏଥିସହ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ଆଲୋଚନା କରାଯାଇଥିବା ଖଡ଼ଗେ କହିଛନ୍ତି ।

ବିହାର ରାଜନୀତିରେ ହଟଚମଟ, ଇଣ୍ଡିଆ ମେଂଟରେ ହଇଚଇ । ସଙ୍କଟରେ ମେଂଟ ଥିବାବେଳେ ସହଯୋଗୀ ଦଳମାନଙ୍କୁ ଅପିଲ କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ । ଷ୍ଟାଲିନ କହିଛନ୍ତି ମେଂଟ ଭିତରେ ଏକତା ବଜାୟ ରଖିବା ଜରୁରୀ । ଦଳଗୁଡିଙ୍କୁ ଧ୍ୟାନ ରଖିବା ଉଚିତ ଯେପରି ବିଜେପି ବିରୋଧୀ ଭୋଟ ଭାଗ ଭାଗ ନହେଉ । ମେଂଟ ମଜଭୁତ ରହିଲେ ବିଜେପି ବିରୋଧୀ ଲଢେଇ ସଫଳ ହେବ । ବିଜେପି ପୁଣି ଥରେ ସରକାରରେ ନଆସୁ ଏହି ଲକ୍ଷ୍ୟ ରଖି ମେଂଟର ଦଳମାନେ କାମ କରିବା ଉଚିତ ।