କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ଼ଗେ । ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ।

Advertisment
କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଲ୍ଲିକାର୍ଜୁନ ଖଡ଼ଗେ । ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବାକୁ ଦାବି ।

କନକ ବ୍ୟୁରୋ: ରାହୁଲ ଗାନ୍ଧୀଙ୍କ ସୁରକ୍ଷା ଚିନ୍ତା । ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ରାହୁଲଙ୍କ ସୁରକ୍ଷାରେ ଅବହେଳା ଅଭିଯୋଗ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଚିଠି ଲେଖିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ଆସାମରେ ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଉନଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଖଡ଼ଗେ ।

ରାହୁଲ ଜେଡ୍ ପ୍ଲସ ସିକ୍ୟୁରିଟି ବର୍ଗରେ ଥିଲେ ମଧ୍ୟ ତାଙ୍କ ସୁୁରକ୍ଷାରେ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି । ଏହାସହ ଚିଠିରେ କିଛି ଘଟଣାକୁ ଉଲ୍ଲେଖ କରାଯାଇଛି, ଯେଉଁଥିରେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ହୋଇଥିବା ଅଭିଯୋଗ ହୋଇଛି । ବିଶେଷ ଭାବରେ ଜାନୁଆରୀ ୨୨ତାରିଖ ଦିନ ଆସାମ ନଅ-ଗାଁରେ ନ୍ୟାୟ ଯାତ୍ରାକୁ ବିଜେପି କର୍ମୀ ବାଧା ଦେବା ସହ ରାହୁଲଙ୍କ ଅତି ନିକଟକୁ ଚାଲିଆସିଥିଲେ, ଯାହା ତାଙ୍କ ପାଇଁ ଅସୁରକ୍ଷିତ ବୋଲି କହିଛନ୍ତି ଖଡ଼ଗେ । ଏହାସହ ଆସାମ ପୁଲିସ କୌଣସି ପଦକ୍ଷେପ ନେଉନଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ । ନ୍ୟାୟ ଯାତ୍ରା ଜାରି ରହିଥିବାରୁ ରାହୁଲଙ୍କ ସୁରକ୍ଷା ନେଇ କେନ୍ଦ୍ରଗୃହମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ । ଏବଂ ରାହୁଲ ଗାନ୍ଧୀଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦେବା ପାଇଁ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ ପୁଲିସ ଡିଜିଙ୍କୁ ଉଚିତ ପଦକ୍ଷେପ ନେବାକୁ ସୁନିଶ୍ଚିତ କରାନ୍ତୁ ବୋଲି ଚିଠିରେ ଲେଖିଛନ୍ତି ଖଡ଼ଗେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe