କନକ ବ୍ୟୁରୋ : ଦେଶର ସର୍ବପୁରାତନ ରାଜନୈତିକ ଦଳ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ । ପ୍ରାୟ ୨୪ବର୍ଷ ପରେ ଦଳକୁ ଅଣଗାନ୍ଧୀଙ୍କ ହାତକୁ ଆସିଛି ଗୁରୁତ୍ୱପୂର୍ଣ୍ଣ ଅଧ୍ୟକ୍ଷ ଦାୟିତ୍ୱ । ଆଜି ଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ଯେଉଁଠି ଖଡ଼ଗେ କଂଗ୍ରେସର ଅଧ୍ୟକ୍ଷ ଭାବେ ଔପଚାରିକାତା ସହ ଦାୟିତ୍ୱ ଗ୍ରହଣ କରିଛନ୍ତି । ସୋନିଆ ଗାନ୍ଧୀଙ୍କ ସମେତ ଦଳର ବହୁ ବରିଷ୍ଠ ନେତା କାର୍ଯକ୍ରମରେ ଉପସ୍ଥିତ ରହିଥିଲେ । ଦଳର ଏହି ଗୁରୁଦାୟିତ୍ୱ ଖଡ଼ଗେଙ୍କ ହାତକୁ ଦେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ସୋନିଆ କହିଛନ୍ତି, ବର୍ତମାନ ଖଡ଼ଗେଙ୍କୁ ଦଳର ଅଧ୍ୟକ୍ଷ ଦାୟିତ୍ୱ ଦେବା ପରେ ସେ ଆଶ୍ୱସ୍ତି ପ୍ରଦାନ କରୁଛନ୍ତି । ସୋନିଆ ଏକଥା ମଧ୍ୟ କହିଛନ୍ତି କି ଦଳ ଏବେ ଯେଉଁ କଠିନ ସ୍ଥିତି ଦେଇ ଗତି କରୁଛି ତାର ସମାଧାନ ଦଳକୁ ଏକାଠି ମିଶି ବାହାର କରିବାକୁ ହେବ । ଖଡ଼ଗେଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଦଳ ସମସ୍ତ ଆହ୍ୱାନର ସଫଳତାର ସହ ସାମ୍ନା କରିବ ବୋଲି ଆଜିର କାର୍ଯ୍ୟକ୍ରମରେ ଆଶା ବ୍ୟକ୍ତ କରିଛନ୍ତି ସୋନିଆ । ଏଥିସହ ସମସ୍ତ ସହଯୋଗ ଏବଂ ସମର୍ଥନ ପାଇଁ ଦଳର ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇଛନ୍ତି ସୋନିଆ ଗାନ୍ଧୀ । ଅକ୍ଟୋବର ୧୯ ତାରିଖରେ ନିର୍ବାଚନ ଫଳାଫଳରେ ଶଶୀ ଥରୁରଙ୍କୁ ହରାଇ ଖଡଗେ କଂଗ୍ରେସର ନୂଆ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । କର୍ଣ୍ଣାଟକର ଦଳିତ ସମ୍ପ୍ରଦାୟର ୮୦ ବର୍ଷୀୟ ଖଡଗେ ଅକ୍ଟୋବର ୧୭ ତାରିଖରେ ହୋଇଥିବା ଐତିହାସିକ ନିର୍ବାଚନରେ ନିଜ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶୀ ଥରୁରଙ୍କୁ ହରାଇଥିଲେ । ୧୩୭ ବର୍ଷର କଂଗ୍ରେସ ଇତିହାସରେ ଷଷ୍ଠଥର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହୋଇଥିଲା । କଂଗ୍ରେସ ଅଧ୍ୟକ୍ଷ ପଦ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ । ଗୋଟିଏ ପଟେ ରାଜସ୍ଥାନରେ ରାଜନୈତିକ ସଂକଟ ବଡ଼ ଆହ୍ୱାନ ସୃଷ୍ଟି କରିଥିବା ବେଳେ ସେପଟେ ଆଗାମୀ କିଛି ସପ୍ତାହ ପରେ ଗୁଜରାଟ ଓ ହିମାଚଳ ପ୍ରଦେଶରେ ହେବାକୁଥିବା ବିଧାନସଭା ନିର୍ବାଚନ ମଧ୍ୟ ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଆସନ୍ତା ବର୍ଷ ହେବାକୁ ଥିବା ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ୨୦୨୪ ଲୋକସଭା ନିର୍ବାଚନ ତାଙ୍କ ପାଇଁ ସବୁଠାରୁ ବଡ଼ ପରୀକ୍ଷା ହେବ ।
କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲିକାର୍ଜୁନ ଖଡଗେ । ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ ଚାଲିଛି ସ୍ୱତନ୍ତ୍ର କାର୍ଯ୍ୟକ୍ରମ
/kanak/media/post_attachments/wp-content/uploads/2022/10/23-9.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)