ଅଗଷ୍ଟ ମାସର ଗାଇଡଲାଇନରେ ବଡ ଖବର । ରାଜ୍ୟରେ ଖୋଲିବ ମଲ୍, ସିନେମା ହଲ୍ ଓ ପାର୍କ

439

କନକ ବ୍ୟୁରୋ: ଅଗଷ୍ଟ ମାସର ଗାଇଡଲାଇନରେ ବଡ ଖବର । ରାଜ୍ୟରେ ଖୋଲିବ ମଲ୍ ସିନେମା ହଲ୍ ଓ ପାର୍କ । ନିର୍ଦ୍ଧାରିତ ସମୟ ମଧ୍ୟରେ ମଲ ଖୋଲିବା ନେଇ ଏହି ଗାଇଡଲାଇନରେ କୁହାଯାଇଛି । ସେହିପରି କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନରେ ମଲ ବନ୍ଦ ରହିବ । ସେପଟେ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ଅନୁମତି ମିଳିଛି । ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ଏସଆରସି ।

ପାର୍କ ସହ ସମୁଦ୍ରକୂଳକୁ ମଧ୍ୟ ପର୍ଯ୍ୟଟକଙ୍କୁ ଅନୁମତି ଦିଆଯାଇଛି । ହେଲେ ଏହି ସମୟରେ ସମସ୍ତ କୋଭିଡ ଗାଇଡଲାଇନ ମାନିବା ବାଧ୍ୟତାମୂଳକ କରାଯାଇଛି । ସେହିପରି କଟକ, ଭୁବନେଶ୍ୱର ଓ ପୁରୀରେ ମଲ୍, ହଲ୍, ଢାବା ଓ ରେଷ୍ଟୁରାଣ୍ଟରେ ପ୍ରାପ୍ତ ବୟସ୍କ ଲୋକ ଟିକା ପ୍ରମାଣପତ୍ର ଦେଖାଇ ପ୍ରବେଶ କରିବା ବାଧ୍ୟତାମୂଳକ ହୋଇଛି ।