ଗ୍ରହପୂଜା ନାଁରେ ଦୁଷ୍କର୍ମ ! ପୂଜା ଫୁଲକୁ ଫୋପାଡିବା ବାହାନାରେ ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ: ଥାନାରେ ଏତଲା ପରେ ପୂଜକକୁ ବାନ୍ଧିଲା ପୋଲିସ

ମାଲକାନଗିରି ପଡିଆ ବ୍ଲକର ଘଟଣା

588

କନକ ବ୍ୟୁରୋ: ମାଲକାମଗିରି ପଡିଆରୁ ଆସିଛି ଅଭାବନୀୟ ଖବର । ପୂଜାପାଠ ଆଳରେ ଘରୁ ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀ ସହ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ପଡିଆ ବ୍ଲକ ଟେକାଲଗୁଡା ଗାଁରୁ ।।  ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗିରହିଥିବାରୁ  ପୂଜା ପାଠ କରି ଗ୍ରହଦୋଷ ଖଣ୍ଡନ କରିବାକୁ ସ୍ଥିର କରିଥିଲେ । ପୂଜାପାଠ କରିବାକୁ ତାଙ୍କୁ  ଏମପିଭି ୬୬ ଗାଁର ପୂଜକ ଅପୂର୍ବ ପାଲ ପରାମର୍ଶ ଦେଇଥିଲେ ।

ଗତ ଗୁରୁବାର ସନ୍ଧ୍ୟାରେ ପୂଜା ପାଠ କରାଯିବା ପରେ ଅପୂର୍ବ ପାଲ ତାଙ୍କ ଘରେ ରହିଥିଲେ । ତେବେ ସକାଳୁ ସେ ପୂଜା ଫୁଲ ଘରଠାରୁ ୨ କିଲୋମିଟର ଫୋପାଡି ପୂଜା ସମାପନ କରିବାକୁ କହିଥିଲେ । ପୂଜକଙ୍କ କଥାରେ ଫୁଲ ଫୋପାଡିବା ପାଇଁ  ବ୍ୟକ୍ତି ଜଣକ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ଏଲାରେ ଉଲ୍ଲେଖ କରିଛନ୍ତି । ପୁଲିସ ଅଭିଯୁକ୍ତ ପୂଜକ ଅପୂର୍ବ ପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।