କନକ ବ୍ୟୁରୋ: ମାଲକାମଗିରି ପଡିଆରୁ ଆସିଛି ଅଭାବନୀୟ ଖବର । ପୂଜାପାଠ ଆଳରେ ଘରୁ ସ୍ୱାମୀଙ୍କୁ ବାହାରକୁ ପଠାଇ ସ୍ତ୍ରୀ ସହ ଦୁଷ୍କର୍ମ ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ପଡିଆ ବ୍ଲକ ଟେକାଲଗୁଡା ଗାଁରୁ ।। ଗାଁର ଜଣେ ବ୍ୟକ୍ତିଙ୍କ ଘରେ ଦୀର୍ଘ ଦିନ ଧରି ନାନା ସମସ୍ୟା ଲାଗିରହିଥିବାରୁ ପୂଜା ପାଠ କରି ଗ୍ରହଦୋଷ ଖଣ୍ଡନ କରିବାକୁ ସ୍ଥିର କରିଥିଲେ । ପୂଜାପାଠ କରିବାକୁ ତାଙ୍କୁ ଏମପିଭି ୬୬ ଗାଁର ପୂଜକ ଅପୂର୍ବ ପାଲ ପରାମର୍ଶ ଦେଇଥିଲେ ।
ଗତ ଗୁରୁବାର ସନ୍ଧ୍ୟାରେ ପୂଜା ପାଠ କରାଯିବା ପରେ ଅପୂର୍ବ ପାଲ ତାଙ୍କ ଘରେ ରହିଥିଲେ । ତେବେ ସକାଳୁ ସେ ପୂଜା ଫୁଲ ଘରଠାରୁ ୨ କିଲୋମିଟର ଫୋପାଡି ପୂଜା ସମାପନ କରିବାକୁ କହିଥିଲେ । ପୂଜକଙ୍କ କଥାରେ ଫୁଲ ଫୋପାଡିବା ପାଇଁ ବ୍ୟକ୍ତି ଜଣକ ଯାଇଥିବା ବେଳେ ତାଙ୍କ ସ୍ତ୍ରୀ ସହ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତା ଏଲାରେ ଉଲ୍ଲେଖ କରିଛନ୍ତି । ପୁଲିସ ଅଭିଯୁକ୍ତ ପୂଜକ ଅପୂର୍ବ ପାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/27-13.jpg)