କନକ ବ୍ୟୁରୋ: ଘୋଡାରେ କ୍ଷୀର ବ୍ୟବସାୟ । ଆଜିର ଅତ୍ୟାଧୁନିକ ଯୁଗରେ କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ମାଲକାନାଗିରିରେ ଗତ ସପ୍ତାହେ ହେଲା ଲକଡ଼ାଉନ ନିୟମ କଡ଼ାକଡ଼ି କରାଯାଇଛି । ବିନା କାରଣରେ ବାଇକରେ ଯାତାୟତକୁ ବାରଣ କରାଯାଉଛି । ତେଣୁ ମାଲକାନାଗିରି ଏମଭି୪୨ର ଦୁଗ୍ଧ ଚାଷୀ କୃଷ୍ଣ ଚନ୍ଦ୍ର ମିସ୍ତ୍ରୀ ସବୁଦିନ ଘୋଡ଼ାରେ ବସି ସହରକୁ ଯାଇ କ୍ଷୀର ବିକ୍ରି କରୁଛନ୍ତି ।
କାଳେ କେହି ପୁଲିସ ହଇରାଣ କରିବ, ସେହି ଆଶଙ୍କାରେ ଗଳି କନ୍ଦି ରାସ୍ତା ଦେଇ ମାଲକାନଗିରି ସହରରେ ଗ୍ରାହକଙ୍କୁ କ୍ଷୀର ଦେଇ ଆସୁଛନ୍ତି । ସହରକୁ ଯାଇ ଘରେ ଉତ୍ପାଦିତ ୩୦ ଲିଟର କ୍ଷୀରକୁ ନିଜ ଗ୍ରାହକମାନଙ୍କୁ ଦେଉଛନ୍ତି । ମାଲକାନାଗିରି ପୌରାଂଚଳକୁ ସମ୍ପୁର୍ଣ୍ଣ ଲକଡ଼ାଉନ ରଖାଯିବା ସହ କଂଟେନମେଂଟ ଜୋନ ଘୋଷଣା କରାଯାଇଛି । ପନିପରିବା ଏବଂ ଗ୍ରୋସରୀ ସାମଗ୍ରୀ ହୋମ୍ ଡ଼େଲିଭରି କରାଯାଉଛି । ଔଷଧ ଦୋକାନ ଗୁଡିକ ଅଡ ଇଭେନ ଫର୍ମୂଲାରେ ଖୋଲା ହେଉଛି । ଏସବୁ କଟକଣା ଭିତରେ କ୍ଷୀର ବ୍ୟବସାୟୀ ଘୋଡାବାଲାକୁ ନେଇ ସହରରେ ଚର୍ଚ୍ଚା ଚାଲିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/07/25-13.jpg)
/kanak/media/post_attachments/wp-content/uploads/2020/07/vlcsnap-2020-07-19-13h27m13s36.png)