ସଟଡାଉନ୍ ହେବ ମାଲକାନଗିରି । ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ସଟଡାଉନ୍ ନେଇ ଜିଲ୍ଲାପାଳଙ୍କ ଘୋଷଣା । 

1,511

କନକ ବ୍ୟୁରୋ : ସଟଡାଉନ୍ ହେବ ମାଲକାନଗିରି । ୨ ଦିନିଆ ସଟଡାଉନ୍ ଘୋଷଣା କଲା ଜିଲ୍ଲା ପ୍ରଶାସନ । ଆସନ୍ତା ୩ ତାରିଖ ରାତି ୮ଟାରୁ ୫ ତାରିଖ ରାତି ୧୨ଟା ଯାଏଁ ସଟଡାଉନ୍ ହେବ ମାଲକାନଗିରି । ଏନେଇ ଆଜି ଜିଲ୍ଲାପାଳ ମନିଷ ଅଗ୍ରୱାଲ ଘୋଷଣା କରିଛନ୍ତି ।

ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶାସନ । ଆଜି ଆସିଥିବା କରୋନା ତାଲିକାରେ ମାଲକାନଗିରି ସହରରୁ ଜଣେ ଥିବା ଜଣାପଜିବା ପରେ ୨ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଗତକାଲି ମାଲକାନଗିରିରେ ବିଏସଏଫ ଯବାନ କରୋନା ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢିଯାଇଛି ।