କାହାକୁ ଭୋଟ ଦେବେ ବିଚ୍ଛିନ୍ନାଞ୍ଚଳବାସୀ । ଗୁରୁପ୍ରିୟା ସେତୁ ପରେ ବି ୪ ପଂଚାୟତବାସିନ୍ଦାଙ୍କ ଭରସା ଜଳଯାତ୍ରା

ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି

130

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳିରେ ଚଳିତ ନିର୍ବାଚନରେ ଗୁରୁପ୍ରିୟା ସେତୁ ଏକ ପ୍ରମୁଖ ମୁଖ୍ୟ ପ୍ରସଙ୍ଗ । ତେବେ ଏବେ ବି କିଛି ଅଂଚଳର ଲୋକେ ବାହ୍ୟ ଜଗତ ସହ ଯୋଡି ହୋଇପାରିନାହାନ୍ତି କିମ୍ବା ଗୁରୁପ୍ରିୟା ସେତୁ ଦ୍ୱାରା ଉପକୃତ ହୋଇପାରିନାହାନ୍ତି । ଫଳରେ ଏବେ ବି ମୋଟର ଡଙ୍ଗା ଓ ମୋଟର ଲଂଚ ଉପରେ ନିର୍ଭର କରୁଛନ୍ତି ୪ ଟି ଗ୍ରାମ ପଂଚାୟତର ଲୋକ ।ପ୍ରତିଦିନ ଜୀବନକୁ ବାଜି ଲଗାଇ ଏମାନେ ଜଳଯାତ୍ରା କରୁଛନ୍ତି ।

 

ତେବେ ଚଳିତ ନିର୍ବାଚନରେ ବିଚ୍ଛିନ୍ନାଞ୍ଚଳବାସୀ କହିଛନ୍ତି ଯେ, ଆମ ପାଇଁ ନିତିଦିନିଆ ରାସ୍ତା ଟିଏ ନାହିଁ । ପ୍ରତ୍ୟେକ ସମୟରେ ଆମେ ଏଥିପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛୁ । ବର୍ତମାନ ବି ନିଜର ପ୍ରାର୍ଥୀଙ୍କ ନାମ ସମ୍ପର୍କରେ ଭୋଟର ଜାଣିନଥିବା ବେଳେ ହାତ ଚିହ୍ନରେ ଭୋଟ ଦେବା ପାଇଁ ମନ ବଳାଇଛନ୍ତି ଭୋଟର । ହେଲେ ସେମାନେ କହିଛନ୍ତି ଯେ, ଆମର ଘଟି ଏରିଆ ବହୁତ ହଇରାଣ ହେଉଛୁ । ତାହାର ସମାଧାନ ହେବା ଦରକାର ।

ଆମେ ଏବେବି ଡଙ୍ଗାରେ ଯାଉଛୁ । ଅନେକ ସମସ୍ୟା ଆମର ରହିଛି । ଆମର ଏଠାରେ ଭୋଟ ହେବ ନାହିଁ । ଆମର ସୁବିଧା କେହି କରୁନାହାନ୍ତି ତେଣୁ ଭୋଟ ଦେଇଳି ଲାଭ କଣ ବୋଲି ଭୋଟର କହିଛନ୍ତି । କେବଳ ଭୋଟ ନେଉଛନ୍ତି ହେଲେ କିଛି କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଭୋଟର ।