କୁକୁଡ଼ା ଲଢ଼େଇକୁ ନେଇ ପୁଲିସ-ଜନତା ଖଣ୍ଡଯୁଦ୍ଧ: ଚଢ଼ାଉ ବେଳେ ଏସଡ଼ିପିଓଙ୍କ ଉପରକୁ ଟେକା ପଥର ମାଡ଼ କଲେ ଗାଁଲୋକ

କୁକୁଡ଼ା ଲଢ଼େଇକୁ ନେଇ ପୁଲିସ-ଜନତା ଖଣ୍ଡଯୁଦ୍ଧ: ଚଢ଼ାଉ ବେଳେ ଏସଡ଼ିପିଓଙ୍କ ଉପରକୁ ଟେକା ପଥର ମାଡ଼ କଲେ ଗାଁଲୋକ

କନକ ବ୍ୟୁରୋ: କୁକୁଡ଼ା ଲଢ଼େଇକୁ ନେଇ ପୁଲିସ ଜନତା ଖଣ୍ଡଯୁଦ୍ଧ । ଗାଁ ଲୋକଙ୍କ ଆକ୍ରମଣରେ ଆଇପିଏସ ଅଧିକାରୀଙ୍କ ସମେତ ୪ ପୁଲିସ କର୍ମୀ ଆହତ । ମାଲକାନଗିରି ପଡ଼ିଆ ବ୍ଲକ ମାରଣପାଲି ଠାରେ ଦେଖିବାକୁ ମିଳିଛି ଏହି ଘଟଣା । କୁକୁଡ଼ା ଲଢ଼େଇ ଖେଳ ଉପରେ ଘଟଣା ସ୍ଥଳକୁ ଚଢ଼ାଉ କରିବାକୁ ଯାଇଥିଲା ପୋଲିସ । ଚଢ଼ାଉ ସମୟରେ ପୋଲିସ ଉପରକୁ ଟେକା ପଥର ମାଡ଼ କରିଥିଲେ ଗାଁ ଲୋକ । ଘଟଣାରେ ୩୦ରୁ ଅଧିକ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିବା ପରେ ଘଟଣାରେ ୧୬ଜଣଙ୍କୁ ଗିରଫ କରିଯାଇଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe