କନକ ବ୍ୟୁରୋ : ମାଲକାନଗିରି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି । ଚାଲିଛି ଭିଜିଲାନ୍ସର ଖୋଳତାଡ । ଯେତେ ଖୋଳିଲେ ସେତେ ବାହାରୁଛି । ଶୁକ୍ରବାରବାରଦିନ ବ୍ୟାଙ୍କରେ ନଗଦ ୧୦ ଲକ୍ଷ ଟଙ୍କା ଜମା କରିବାବେଳେ ମାଲକାନଗିରି ଗ୍ରାମ୍ୟ ନିର୍ମାଣ ଡିଭିଜନ-୧ର ଅଧିକ୍ଷଣ ଯନ୍ତ୍ରୀ ଆଶିଷ କୁମାର ଦାସ ଭିଜିଲାନ୍ସ ହାତରେ ଧରାପଡିଥିଲେ । ସ୍ୱତନ୍ତ୍ର ଲକର, ଠିକାଦାର ଓ ଯନ୍ତ୍ରୀଙ୍କ ଘରେ ରଖୁଥିଲେ ଦୁର୍ନୀତିର ଟଙ୍କା ।

Advertisment

ଖୋଳତାଡ ବେଳେ ପ୍ରାୟ ୫ କୋଟିରୁ ଅଧିକ ଟଙ୍କାର ଅସ୍ଥାବର ସମ୍ପତି ଠାବ ହୋଇଛି । ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ଅଢେଇ କୋଟି, ନିଜ ତଥା ଠିକାଦାରଙ୍କ ଘରୁ ୨୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଛି । ଠିକାଦାର ଓ ନିଜ ଘରୁ ୬ ଶହ ଗ୍ରାମ ସୁନା ଜବତ ହୋଇଛି । ବାର୍ଷିକ ୫୦ ଲକ୍ଷ ଟଙ୍କାର ବୀମା ପ୍ରିମିୟମ ଓ ୬ ଗ୍ରାମ ସୁନା ଜବତ ହୋଇଛି । ବିଭିନ୍ନ ସ୍ଥାନରେ ଫ୍ଲାଟ ରହିଛି । ଅଧିକ୍ଷଣ ଯନ୍ତ୍ରୀଙ୍କୁ ଜୟପୁର ନିଆଯାଇ ଅଧିକ ଖୋଳତାଡ କରାଯାଉଛି । ଗତକାଲି ମାଲକାନଗିରିରେ ଭିଜିଲାନ୍ସ ଚଢାଉ କରିଥିଲେ । ଏହି ସମୟରେ ପ୍ରଶ୍ନ ଏଡାଇଦେଇଥିଲେ ଅଧିକ୍ଷଣ ଯନ୍ତ୍ରୀ ।