ମାଲକାନଗିରିରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଛତିଶଗଡରେ କମ୍ପନ: ସୁକୁମାକୁ ଲାଗିଥିବା ସବୁ ରାସ୍ତା ସିଲ୍, ଗାଡି ମଟର ଚଳାଚଳ ଉପରେ ରୋକ

Advertisment
ମାଲକାନଗିରିରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଛତିଶଗଡରେ କମ୍ପନ: ସୁକୁମାକୁ ଲାଗିଥିବା ସବୁ ରାସ୍ତା ସିଲ୍, ଗାଡି ମଟର ଚଳାଚଳ ଉପରେ ରୋକ

କନକ ବ୍ୟୁରୋ: ମାଲକାନଗିରିରେ କରୋନା ଆଉ ଛତିଶଗଡରେ କମ୍ପନ । ମାଲକାନଗିରି ଜିଲ୍ଲାରେ ୧୯ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଡୋଶୀ ଛତିଶଗଡ ସୁକୁମା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓଡିଶା ଛତିଶଗଡ ସୀମାକୁ ପୁରା ସିଲ୍ କରାଯାଇଛି । ସୀମାନ୍ତ ଝାପରା ଓ ପଡିଆ ସୀମାରେ ସଶସ୍ତ୍ର ସୁରକ୍ଷା ବଳ ମୁତୟନ ହୋଇଛନ୍ତି ।

publive-image

ଓଡିଶା ଦେଇ ଯାଉଥିବା ସମସ୍ତ ଯାନବାହନ ଓ ଯାତ୍ରୀଙ୍କ ଉପରେ ରୋକ୍ ଲଗାଯାଇଛି । ଏହା ସହିତ ସୁକୁମା ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ କରିଦେଇଛନ୍ତି ଜିଲ୍ଲାପାଳ । ଏହି ନିୟମ ଉଲଂଘନ କରିଥିବା ଅନେକ ବ୍ୟବସାୟୀଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe