କନକ ବ୍ୟୁରୋ: ମାଲକାନଗିରିରେ କରୋନା ଆଉ ଛତିଶଗଡରେ କମ୍ପନ । ମାଲକାନଗିରି ଜିଲ୍ଲାରେ ୧୯ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପଡୋଶୀ ଛତିଶଗଡ ସୁକୁମା ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଓଡିଶା ଛତିଶଗଡ ସୀମାକୁ ପୁରା ସିଲ୍ କରାଯାଇଛି । ସୀମାନ୍ତ ଝାପରା ଓ ପଡିଆ ସୀମାରେ ସଶସ୍ତ୍ର ସୁରକ୍ଷା ବଳ ମୁତୟନ ହୋଇଛନ୍ତି ।
ଓଡିଶା ଦେଇ ଯାଉଥିବା ସମସ୍ତ ଯାନବାହନ ଓ ଯାତ୍ରୀଙ୍କ ଉପରେ ରୋକ୍ ଲଗାଯାଇଛି । ଏହା ସହିତ ସୁକୁମା ଜିଲ୍ଲାର ସମସ୍ତ ସାପ୍ତାହିକ ହାଟକୁ ମଧ୍ୟ ବନ୍ଦ କରିଦେଇଛନ୍ତି ଜିଲ୍ଲାପାଳ । ଏହି ନିୟମ ଉଲଂଘନ କରିଥିବା ଅନେକ ବ୍ୟବସାୟୀଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/17-13.jpg)
/kanak/media/post_attachments/wp-content/uploads/2020/05/18-21.jpg)