ମାଲକାନଗିରି ମୋଟୁରେ ପାହାଡ ବ୍ଲାଷ୍ଟିଂକୁ ବିରୋଧ: ପାହାଡ ନଷ୍ଟ ହେଲେ ବଢିପାରେ ବନ୍ୟା ବିପଦ; ପ୍ରତିବାଦରେ ଧାରଣାରେ ଶହ ଶହ ଗ୍ରାମବାସୀ

56

କନକ ବ୍ୟୁରୋ: ମାଲକାନଗିରି ମୋଟୁ ଅଂଚଳରେ ଗ୍ରାନାଇଟ ଖନନକୁ ବିରୋଧ । ମାଲକାନଗିରି ଜିଲ୍ଲାର ଶେଷ ସିମାନ୍ତ ମୋଟୁ ଠାରେ ଭିଜି ଗ୍ରାନାଇଟ କମ୍ପାନୀ ର ଗ୍ରାନାଇଟ ଖନନକୁ ବିରୋଧ । ଗ୍ରାନାଇଟ ଖନନ ଯୋଗୁ ସାବେରୀ ନଇ କୁଳ ରେ ଥିବା ପାହାଡ ନଷ୍ଟ ହେଉଛି । ଏହା ଫଳରେ ମୋଟୁ ଅଂଚଳରେ ବନ୍ୟା ଆଶଙ୍କା ସୃଷ୍ଟି ହୋଉ ଥିବାରୁ ପଥର ଖନନ ବନ୍ଦ କରିବାକୁ ଦାବୀ କରିଛନ୍ତି ମୋଟୁ ଓ ପୁଶୁଗୁଡା ଗ୍ରାମପଂଚାୟତ ବାସୀ ।

ମୋଟୁ ପେଟା ସ୍ଥିତ ଭିିଜି ଗ୍ରାନାଇଟ କମ୍ପାନୀ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଗ୍ରାମବାସୀ । ପ୍ରଶାସନ ତୁରନ୍ତ ପଥର ବ୍ଳାଷ୍ଟିଂ ଉପରେ ରୋକ୍ ନଲଗାଇଲେ ଆଗକୁ ଗ୍ରାନାଇଟ ଖଣି ବନ୍ଦ କରିଦେବାକୁ ଜିଲ୍ଲାପ୍ରଶାସନକୁ ଚେତାବନି ଦେଇଛନ୍ତି ଗ୍ରାମବାସୀ ।