କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡା ପରେ ଏବେ କୋରୋନା କାଳରେ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି ମାଲକାନଗିରି ଏସପି । ସ୍ୱାଭିମାନ ଅଂଚଳରେ କିଛି ମାଓବାଦୀଙ୍କୁ କୋରୋନାର ଲକ୍ଷଣ ଥିବା ନେଇ ଗୁଇନ୍ଦା ତଥ୍ୟ ରହିଛି । ଗ୍ରାମବାସୀମାନେ ମଧ୍ୟ ଏବେ ମାଓବାଦୀଙ୍କୁ ଗାଁ ଭିତରକୁ ପ୍ରବେଶ କରିବାକୁ ମନା କରୁଥିବା ନେଇ ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

Advertisment

ସେପଟେ ଛତିଶଗଡରେ ଅନେକ ମାଓବାଦୀ କରୋନାରେ ପ୍ରାଣ ହରାଇବା ସହ ଅନେକ ଏବେବି ଅସୁସ୍ଥ ରହିଛନ୍ତି । ଔଷଧ ନପାଇ ମାଓନେତାମାନେ ଘଂଚ ଜଙ୍ଗଲ ଭିତରେ ଛଟପଟ ହେଉଛନ୍ତି । କରୋନା ଭୟରେ ଅନେକ କ୍ୟାଡର ଦଳ ଛାଡି ପଳାଉଛନ୍ତି । ଏପରି ସ୍ଥିତିରେ ମାଲକାନଗିରି ସ୍ୱାଭିମାନ ଅଂଚଳରେ ସକ୍ରିୟ ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟିର ସଦସ୍ୟଙ୍କୁ ଆତ୍ମସମର୍ପଣ କରି ସରକାରୀ ଚିକିତ୍ସା ସେବାର ଲାଭ ଉଠାଇବାକୁ ଆହ୍ୱାନ ଦେଇଛନ୍ତି ଏସପି ।