କନକ ବ୍ୟୁରୋ: ମାଲକାନଗିରି ବିଛିନ୍ନାଂଚଳରେ ମାଓ ବିରୋଧୀ ଅପରେସନ ଜାରି । ଏନକାଉଂଟରରେ ଜଣେ ମାଓବାଦୀ ନିହତ ହୋଇଛନ୍ତି । ଏହା ସହିତ ପଣସପଦରଠାରେ ଥିବା ମାଓ ଶିବିର ଧ୍ୱଂସ ହୋଇଛି । ଏବଂ ୨ଟି ବନ୍ଧୁକ ଓ କିଟ୍ ବ୍ୟାଗ ଜବତ କରିଛି ସୁରକ୍ଷାବଳ । ଆନ୍ଧ୍ର ଗ୍ରେହାଉଣ୍ଡ ଓ ଓଡିଶା ଏସଓଜି ପକ୍ଷରୁ ଜଏଂଟ ଅପରେସନ ଜାରି ରହିଛି । ଗତକାଲିଠୁ ଜାରି ରହିଛି ମିଳିତ ଅପରେସନ । ଏହି ସୂଚନା ଦେଇଛନ୍ତି ମାଲକାନଗିରି ଏସପି ଜଗମୋହନ ମିନା ।
ସୂଚନା ମୁତାବକ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ବିଛିନ୍ନାଞ୍ଚଳର ପଣସପଦର ଗାଁ ନିକଟରେ ମାଓବାଦୀମାନେ କ୍ୟାମ୍ପ କରିଥିବା ସୂଚନା ଆଇ ଅନ୍ଧ୍ରପ୍ରଦେଶର ଗ୍ରେହାଉଣ୍ଡ ଓ ଓଡ଼ିଶାର ଏସଓଜି ଯବାନ ମିଳିତ ଭାବେ ଚଢ଼ାଉ କରିଛନ୍ତି। ବିଛିନ୍ନାଞ୍ଚଳରେ କମ୍ବିଂ ଅପରେସନ୍ ଚାଳାଇଥିବା ଜବାନମାନଙ୍କୁ ଏହି ସୂଚନା ମିଳିଥିଲା । ଏଥିରେ ଜଣେ ମାଓବାଦୀଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇ ଜଙ୍ଗଲ ଭିତରକୁ ଖସିଯିବାରେ ସକ୍ଷମ ହୋଇଛନ୍ତି। ପୁଲିସ ଘଟଣାସ୍ଥଳରୁ ଜଣେ ମାଓବାଦୀଙ୍କ ମୃତଦେହ ସହିତ ଗୋଟିଏ ଏସଏଲଆର ଓ ଗୋଟିଏ ଥ୍ରି ନଟ୍ ଥ୍ରି ବନ୍ଧୁକ ଜବତ କରିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/03/maoists-1474004312.jpg)