ପୋଲିସ ପଞ୍ଝାରେ ପୋଲିସ ଅଧିକାରୀ: ମହିଳା କନଷ୍ଟେବଳକୁ ପ୍ରେମ ପ୍ରତାରଣା ଓ ବ୍ଲାକମେଲିଂ ଅଭିଯୋଗ

Advertisment
ପୋଲିସ ପଞ୍ଝାରେ ପୋଲିସ ଅଧିକାରୀ: ମହିଳା କନଷ୍ଟେବଳକୁ ପ୍ରେମ ପ୍ରତାରଣା ଓ ବ୍ଲାକମେଲିଂ ଅଭିଯୋଗ

କନକ ବ୍ୟୁରୋ: ପୋଲିସ ପଂଝାରେ ପୋଲିସ ଅଧିକାରୀ । ମାଲକାନାଗିରି ସଦର ଡ଼ିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୋଲିସ ଦ୍ୱାରା ଅଟକ ରହିଛନ୍ତି । ଜଣେ ବିବାହିତ ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଙ୍ଗ ଅଭିଯୋଗରେ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସେ ପୂର୍ବରୁ କେସିଙ୍ଗା ଥାନାରେ ଏସଡ଼ିପିଓ ଭାବେ କାମ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ମାଲକାନଗିରିର ଜଣେ ରସିକିଆ ପୁଲିସ ଅଧିକାରୀଙ୍କୁ ଥାନାରେ ଅଟକ ରଖାଯାଇଥିବାର ଖବର ମିଳିଛି। ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକ କଳାହାଣ୍ଡି ପୁଲିସ ଦ୍ବାରା ଅଟକ ହୋଇଛନ୍ତି। କେସିଙ୍ଗା ଥାନାର ଜଣେ ବିବାହିତା ମହିଳା କନେଷ୍ଟବଳଙ୍କ ସହ ପ୍ରେମ ପ୍ରତାରଣା ଓ ବ୍ଲାକ ମେଲିଂ ଅଭିଯୋଗରେ ପୁଲିସ୍ ପକ୍ଷରୁ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ମହିଳା କନେଷ୍ଟବଳ ପୂର୍ବରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଏନେଇ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନାରେ ମାମଲା ରୁଜୁ ହୋଇଛି। ଅକ୍ଷୟ ନାୟକ କେସିଙ୍ଗା ଥାନାରେ ପୂର୍ବରୁ ଏସଡିପିଓ ଭାବେ ଅବସ୍ଥାପିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe