କନକ ବ୍ୟୁରୋ : ଗଂଜେଇ ଚାଲାଣ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା । ଦୁଇଟି ପିକ୍ଅପ ଭ୍ୟାନରେ ସ୍ୱତନ୍ତ୍ର ଚ୍ୟାମ୍ବର ନିର୍ମାଣ କରା ଯାଇ ଗଂଜେଇ ଚୋରା ଚାଲାଣ କରୁଥିଲେ ମାଫିଆ । ଆଉ ଚେକିଙ୍ଗ ବେଳେ ମାଲକାନଗିରି ମାଥିଲି ପୁଲିସ ହାତରେ ପ୍ରାୟ ୯୦୦ କିଲୋ ଗଂଜେଇ ସହ ଧରା ପଡିଲା ଦୁଇଟି ପିକଅପ ଭ୍ୟାନ । ପିକଅପ୍ ଅପ୍ ଭ୍ୟାନ ଯୋଗେ ଏମାନେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଦେଇ ରାୟପୁରକୁ ଗଂଜେଇ ଚାଲାଣ କରୁଥିଲେ । ତେବେ ପୁଲିସ ଚାରି ଜଣ ଗଂଜେଇ ଚୋରା ଚାଲାଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜବତ ଗଂଜେଇର ଆନୁମାନିକ ମୁଲ୍ୟ ୬୦ ଲକ୍ଷ ହବ ବୋଲି ମାଲକାନଗିରି ପୁଲିସ କହିଛି ।
ଗଞ୍ଜେଇ ଚାଲାଣ ପାଇଁ ପିକଅପ୍ ଭ୍ୟାନରେ ସ୍ୱତନ୍ତ୍ର ବ୍ୟବସ୍ଥା : ଗାଡି ଯାଞ୍ଚ ବେଳେ ମାଥିଲି ପୋଲିସ ହାତରେ ଧରାପଡିଲେ ମାଫିଆ
/kanak/media/post_attachments/wp-content/uploads/2021/03/28-10.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)