ଅନ୍ଧାର ଘେରରେ ପୁରା କୋଭିଡ ହସ୍ପିଟାଲ : ମାଲକାନଗିରି ଜିଲ୍ଲାରୁ ଆସିଲା ଏଭଳି ଅବ୍ୟବସ୍ଥାର ଚିତ୍ର

131

କନକ ବ୍ୟୁରୋ : ଅନ୍ଧାରରେ କୋଭିଡ ହସ୍ପିଟାଲ । ମାଲକାନଗିରି ଜିଲ୍ଲାରୁ ଏଭଳି ଅବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି । ଅନ୍ଧାର ଘେରରେ ରହିଛି ପୁରା କୋଭିଡ ହସ୍ପିଟାଲର ସମସ୍ତ ୱାର୍ଡ । ବିଜୁଳି ନଥିବାରୁ ରୋଗୀଙ୍କୁ ଅକ୍ସିଜେନ ଯୋଗାଣ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଆଇସିୟୁରେ ମଧ୍ୟ ରୋଗୀ ସେବା ପ୍ରଭାବିତ ହୋଇଥିବା ଜଣାପଡିଛି । ରୋଗୀମାନେ ହସ୍ପିଟାଲରେ ଅସହ୍ୟ ଗରମରେ ଛଟପଟ ହୋଇଛନ୍ତି ।

ମାଲକାନଗିରି କୋଭିଡ ହସ୍ପିଟାଲରେ ଜେନେରେଟର ଓ ଇନଭର ବ୍ୟବସ୍ଥା ବି ରହିଛି । ହେଲେ ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଅବହେଳାରୁ ସେଗୁଡିକ ଅଚଳ ହୋଇପଡିଥିବା ଜଣାପଡିଛି । ତେବେ ଏଭଳି ଅବ୍ୟବସ୍ଥା ନେଇ ଆମେ କୋଭିଡ ହସ୍ପିଟାଲ ଇନଚାର୍ଜ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସହ ଯୋଗାଯୋଗ କରିଥିଲୁ । ସମସ୍ତ ସମସ୍ୟାର ଖୁବଶୀଘ୍ର ସମାଧାନ ହୋଇଯିବ ବୋଲି ସେ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ ।