ଭାଲୁ ଧରିବାକୁ ଯାଇ ଜୀବନ ଗଲା : ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲାରେ

51

କନକ ବ୍ୟୁରୋ : ଭାଲୁ ଧରିବାକୁ ଯାଇ ଜୀବନ ଗଲା । ଭାଲୁ ଧରିବାକୁ ବିଛାଇଥିବା ବିଦ୍ୟୁତ୍ ତାର ସସ୍ପର୍ଶରେ ଆସି ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀୀ ଗୁରୁତର ଆହତ ହୋଇଛନ୍ତିି । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନାଗିରି ଜିଲ୍ଲାରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଉରେ ମାଢି । ମାଲକାନାଗିରିରେ ଏମଭି ୧୭ ଅଂଚଳରେ ଥିବା ଏକ ମିକ୍ଚର କାରଖାନାରେ ବାରମ୍ବାର ଭାଲୁ ପଶି ଜିନିଷ ପତ୍ର ନଷ୍ଟ କରୁଥିଲା ।

କାରଖାନାର ମାଲିକ ଭାଲୁକୁ ଧରିବା ପାଇଁ କାରଖାନା ଚାରିପଟେ ବିଦ୍ୟୁତ୍ ତାର ବିଛାଇଥିଲେ । ତେବେ ମିକ୍ଚର କାରଖାନାରେ କାଠ ଦେବାକୁ ଆସିଥିବା ସ୍ୱାମୀ, ସ୍ତ୍ରୀ’ ବିଦ୍ୟୁତ୍ ତାର ସସ୍ପର୍ଶରେ ଆସିଥିଲେ । ସ୍ତ୍ରୀ’ର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀଙ୍କୁ ମେଡିକାଲରେ ଭର୍ତି କରାଯାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ଅଛି । ବିଦ୍ୟୁତ୍ ତାର ସଂଯୋଗ ବନ୍ଦ କରିବାକୁ ଭୁଲି ଯାଇଥିବା କାରଖାନା ମାଲିକଙ୍କୁ ମାଲକାନାଗିିରି ପୋଲିସ ଗିରଫ କରିଛି ।