ସ୍ୱାଭିମାନ ଅଂଚଳରେ ପୁଣି ମାଓବାଦୀଙ୍କ ଆତଙ୍କ: ପୁଲିସ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରକୁ ତଡିଲେ ମାଓବାଦୀ; ପ୍ରଜାକୋର୍ଟରେ ନିଷ୍ପତି ପରେ ଗାଁରୁ ବାସନ୍ଦ

Advertisment
ସ୍ୱାଭିମାନ ଅଂଚଳରେ ପୁଣି ମାଓବାଦୀଙ୍କ ଆତଙ୍କ: ପୁଲିସ ଇନଫର୍ମର ସନ୍ଦେହରେ ଗୋଟିଏ ପରିବାରକୁ ତଡିଲେ ମାଓବାଦୀ; ପ୍ରଜାକୋର୍ଟରେ ନିଷ୍ପତି ପରେ ଗାଁରୁ ବାସନ୍ଦ

କନକ ବ୍ୟୁରୋ: ସ୍ୱାଭିମାନ ଅଂଚଳରେ ପୁଣି ଦେଖିବାକୁ ମିଳିଛି ଭୟର ଚିତ୍ର । ପୁଲିସ ଏନକାଂଉଟରରେ ଇନଫର୍ମର ସନ୍ଦେହ କରି ଯନ୍ତ୍ରୀ ପଂଚାୟତ ଅନ୍ତର୍ଗତ ସନ୍ୟାସୀଗୁଡା ଗାଁର ଗୋଟିଏ ପରିବାରକୁ ଗାଁରୁ ତଡିଛନ୍ତି ମାଓବାଦୀ । ମୋନ ଗୋଲରୀଙ୍କ ପରିବାର ନଭେମ୍ବର ୨୬ ତାରିଖ ଦିନ ତୋଟାଗୁଡା ଅନକାଂଉଟର ପାଇଁ ଦାୟୀ ବୋଲି କହିଛନ୍ତି ମାଓ ସଙ୍ଗଠନ । ପ୍ରଜାକୋର୍ଟରେ ନିଷ୍ପତି ପରେ ମୋନ ଗୋଲାରୀଙ୍କୁ ଗାଁରୁ ବାସନ୍ଦ କରାଯାଇଛି । ନିଜ ପରିବାରକୁ ନେଇ ଏହି ପରିବାର ନିକଟସ୍ଥ ପଂଚାୟତରେ ଆଶ୍ରୟ ନେବା ପରେ ଚିତ୍ରକୋଣ୍ଡା ଯାଇଛନ୍ତି ।

ସୂଚନା ମୁତାବକ, ଗତ ଦୁଇଦିନ ତଳେ ସ୍ୱଭିମାନ ଅଂଚଳର ସନ୍ୟାସୀଗୁଡା ଗ୍ରାମରେ ନକ୍ସଲ ପହଞ୍ଚି ପ୍ରଜାକୋର୍ଟ କରିଥିଲେ । ଏହି ଗ୍ରାମର ମନୁ ଗୋଲରିକୁ ପ୍ରଜା କୋର୍ଟରେ ହଜାର ହେବାକୁ କୁହାଯାଇଥିଲା।ପ୍ରଜାକୋର୍ଟରେ ମନୁକୁ ପୁଲିସ ଇନଫର୍ମର ଭାବେ ଦୋଷୀ ସବ୍ୟସ୍ତ କରାଯାଇଥିଲା। ଗତ ନଭେମ୍ବର ମାସ ୨୬ ତାରିଖ ଏବଂ ଡିସେମ୍ବର ୧୩ ତାରିଖରେ ସିଙ୍ଗରାମ ଗ୍ରାମରେ ହୋଇଥିବା ପୁଲିସ ଏନକାଉଣ୍ଟରକୁ ସନ୍ଦେହ କରି ମନୁ ଗଲୋରୀକୁ ନିର୍ୟାତନା ଦେବା ସହ ଗାଁରୁ ତୁରନ୍ତ ଚାଲିଯିବାକୁ ଧମକ ଦିଆଯାଇଥିଲା।

ମନୁ ଓ ତାଙ୍କ ପରିବାର ଗାଁ ଛାଡି ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିଲେ । ପରେ ଡଙ୍ଗାରେ ଆଜି ଚିତ୍ରକୋଣ୍ଡାରେ ପହଞ୍ଚିଛନ୍ତି । ଚିତ୍ରକୋଣ୍ଡା ପୁଲିସ ମନୁ ଓ ତାଙ୍କ ପରିବାରକୁ ଉଦ୍ଧାର କରି ଚିତ୍ରକୋଣ୍ଡାରେ ଆଶ୍ରୟ ଦେଇଛନ୍ତି।ପୁଲିସର ଘନ ଘନ ଚଢ଼ାଉରେ ନକ୍ସଲ ବ୍ୟତିବ୍ୟସ୍ତ ହୋଇପଡିଛନ୍ତି ।ସ୍ୱାଭିମାନ ଅଂଚଳରେ ନକ୍ସଲକୁ ପଛକୁ ଘୁଞ୍ଚିବାକୁ ବାଧ୍ୟ କରିଛି । ନିଜର ପତିଆରା ଧୀରେ ଧୀରେ କାମୁଥିବାରୁ ନିରୀହ ଲୋକଙ୍କୁ ଟାର୍ଗେଟ କରୁଛି ନକ୍ସଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe