ମାଲକାନଗିରି ନାକାମାମୁଡି ପଂଚାୟତରେ ପାହାଡ ଚଢିପାରୁନି ବିକାଶ । ପାହାଡି ରାସ୍ତା ଚାଲିବା ପରେ ମିଳୁଛି ଟଙ୍କିକିଆ ଚାଉଳ ଓ ସରକାରୀ ସୁବିଧା ।

149

କନକ ବ୍ୟୁରୋ: ପାହାଡ ଚଢି ପାରୁନି ବିକାଶ । ମାଇଲ ମାଇଲ ପାଦ ଚଲା ପାହାଡି ରାସ୍ତା ଅତିକ୍ରମ କଲେ, ମିଳୁଛି ଟଙ୍କିକିଆ ଚାଉଳ ଓ ସରକାରୀ ସୁବିଧା । ଏଭଳି ଖବର ଆସିଛି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ନାକାମାମୁଡି ପଂଚାୟତରୁ । ନାକାମାମୁଡି ପଂଚାୟତ ବାୟାପଡା ଘାଟିର ଲୋକେ ଚାଉଳ ପାଇଁ ୧୫ କିଲୋମିଟର ପାହାଡି ରାସ୍ତା ଅତିକ୍ରମ କରି ଖଇରପୁଟ ବ୍ଲକ ଅନ୍ତର୍ଗତ ପୁରୁଣାଗୁମା ଗାଁକୁ ଯାଉଛନ୍ତି । ଆଉ ସ୍ୱାସ୍ଥ୍ୟସେବା, ପାନୀୟ ଜଳ କଥା ନ କହିବା ଭଲ । ଖାଲି ସେତିକି ନୁହେଁ, ନାକାମାମୁଡି ପଂଚାୟତର ୧୮ ଖଣ୍ଡ ଗାଁର ଲୋକେ, ବାୟାପଡା ଠାରେ ଏକ ନୂତନ ଗ୍ରାମ ପଂଚାୟତ ଦାବି କରି ଆସୁଥିଲେ ବି କେହି ତାଙ୍କ ଦାବି ଉପରେ ନଜର ଦେଉନାହାନ୍ତି ।