ମାଲକାନଗିରିର ମଡେଲ୍ ଅଙ୍ଗନୱାଡି । ୩୨୪ ଜିଲ୍ଲାକୁ ପଛରେ ପକାଇ ଦିଲ୍ଲୀରେ ସମ୍ମାନିତ ହେଲା ମାଲକାନଗିରି ।

735

କନକ ବ୍ୟୁରୋ: ବଦଳୁଛି ମାଲକାନଗିରିର ଚିତ୍ର । ସୁଧୁରୁଛି ଆଙ୍ଗନବାଡିର ଦୁରାବସ୍ଥା । ଆଉ ଏଥି ପାଇଁ ସମ୍ମାନଜନକ ସ୍କଚ ଆଓାର୍ଡ ରେ ସମ୍ସାନିତ ହୋଇଛି ମାଲକାନଗିରି ଜିଲ୍ଲା ପ୍ରଶାସନ । ଏକଦା ପୁଷ୍ଟିହୀନ ଓ ଶିଶୁ ମୃତ୍ୟୁ ହାର କ୍ଷେତ୍ର ରେ ବେଶ ଆଗରେ ଥିଲା ମାଲାକନଗିରି ଜିଲ୍ଲା । ଏହାକୁ ରୋକିବା ସହ ପିଲାଙ୍କୁ ଆଙ୍ଗନବାଡି ମୁହାଁ କରିବା ସହ ସେମାନଙ୍କୁ ଗୁଣାତ୍ମକ ଶିକ୍ଷା ସହ ପୁଷ୍ଟିକର ଖାଦ୍ୟ ଯୋଗାଇବା ଲାଗି ଗତ ଏକ ବର୍ଷ ଧରି ଅହରହ ଉଦ୍ୟମ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ସବୁଠାରୁ ବଡ଼କଥା ହେଲା, ଅଙ୍ଗନବାଡି ବ୍ୟବସ୍ଥାରେ ଦୃଷ୍ଟାନ୍ତମୁଳକ ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ୩୨୪ଟି ଜିଲ୍ଲାକୁ ପଛରେ ପକାଇ ସମ୍ମାନଜନକ ସ୍କଚ ସିଲଭର ଆଓାର୍ଡ ହାତେଇଛି ମାଲାକନଗିରି ଜିଲ୍ଲା ପ୍ରଶାସନ । ମାଲକାନଗିରି ଜିଲ୍ଲା ମାଥିଲି ବି.ଡି.ଓ ଓ ଆଇ.ସି.ଡି.ଏସ. ପି.ଓ ନୁଆ ଦିଲ୍ଲୀ ଠାରେ ଏହି ସମ୍ମାନ ଗ୍ରହଣ କରିଛନ୍ତି । ମାଲାକନଗିରି ଜିଲ୍ଲାରେ ଆଗରୁ ପୁଷ୍ଟିହୀନ ପିଲାଙ୍କ ସଙ୍ଖ୍ୟା ୧୮. ୪୭ ପ୍ରତିଶତ ରହି ଆସୁ ଥିବା ବେଳେ ତାହା ବର୍ତମାନ ୦. ୯୯ ପ୍ରତିଶତ କୁ ଖସି ଆସିଛି । ସେହି ପରି କମ ଓଜନ ପିଲାଙ୍କ ହାର ୨୩. ୮୬ ରହି ଥିବା ବେଳେ ବର୍ତମାନ ତାହା ୧୫.୦୩ ପ୍ରତିଶତ ରହିଛି । ଅନୁରୁପ ଭାବେ ଶିଶୁ ଓ ମାତୃ ମୃତ୍ୟୁ ହାର ମଧ୍ୟ କମି ଥିବା ଜଣାପଡିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଟି ଗ୍ରାମ ପଂଚାୟତରେ ଏବେ ମଡେଲ ଆଙ୍ଗନବାଡି ସ୍ଥାପନ ଏ ଦିଗରେ ବେଶ୍ ସହାୟକ ପ୍ରଶାସନକୁ ହୋଇପାରିଛି । ଏଠାରେ ପିଲାଙ୍କୁ ରନ୍ଧା ଖାଦ୍ୟ ସାଙ୍ଗକୁ, ପ୍ଲେ ସ୍କୁଲ ପରି ପରିବେଶ ରେ ଦିଆଯାଉଛି ଶିକ୍ଷାଦାନ । ମାଲାନକଗିରି ଜିଲ୍ଲାର ଆଦିବାସୀ ମାନେ ଆଦର୍ଶ ଅଙ୍ଗନବାଡି ବ୍ୟବସ୍ଥାକୁ ବେଶ୍ ପସନ୍ଦ କରିଛନ୍ତି ।